କନକ ବ୍ୟୁରୋ: ଥଣ୍ଡାରେ ଥରୁଛି କନ୍ଧମାଳ ଜିଲ୍ଲା । ପ୍ରାୟ ଦୁଇ ସପ୍ତାହ ହେଲା ହାଡ଼ଭଙ୍ଗା ଶୀତ ଲହରି ଜାରି ରହିଛି । ଦିନକୁ ଦିନ ପାରଦ ଖସୁଛି ଶୀତର ପ୍ରକୋପ ବଢୁଛି । ଆଜି ପାଗରେ ପରିବର୍ତ୍ତନ ହୋଇଛି । ସନ୍ଧ୍ୟା ୮ଟାରୁ ଶୀତ ସହ କୁହୁଡ଼ି ମାଡ଼ି ଆସୁଛି । ସକାଳୁ ଘନ କୁହୁଡ଼ି ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ସହର ଯୁବକମାନେ ନିଆଁ ର ସାହାରା ନେବା ସହ ଚା’ର  ଆସର ନେଇଛନ୍ତି । ସ୍ତାନୀୟ ଲୋକେ ପଡ଼ିଆରେ ବ୍ୟାୟାମ କରିବା ସହ ପ୍ରାତଃ ଭ୍ରମଣ କରିବାର ଦେଖିବାକୁ ମିଳିଛି  l 

Advertisment

ଅନ୍ତିମ ସଂସ୍କାର ପାଇଁ ସ୍ବର୍ଗଦ୍ବାରରେ ବଢୁଛି ଶବ ସଂଖ୍ୟା: କାଠ ଯୋଗାଣ ନେଇ ବଢ଼ିଲା ଚିନ୍ତା

ଗତ କାଲି ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ୭.୦ ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ଦାରିଙ୍ଗିବାଡ଼ି ୭.୬° ଓ ଜି ଉଦୟଗିରି ୭.୬ ତାପମାତ୍ରା ରେକର୍ଡ ହୋଇଛି । ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ସନ୍ଧ୍ୟା ହେଲେ କାଲୁଆ ଥଣ୍ଡା ମାଡି ଆସୁଛି । ରାତି ୮ଟା ପରେ ରାସ୍ତାଘାଟ  ଜନଶୂନ୍ୟ ହୋଇପଡୁଛି । ସହର ହେଉ ଆଭ୍ୟନ୍ତରୀଣ ସବୁଠି ଶୀତର କର୍ଫ୍ୟୁ ଜାରି ରହିଛି । ସ୍ଥିତି ଏମିତି ଯେ ପ୍ରବଳ ଥଣ୍ଡା ଯୋଗୁଁ ଦିନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସ୍କିଲ ହେଉଛି ।  

ସେପଟେ ଘନ କୁହୁଡ଼ିରେ ଆଚାଦିତ୍ ହୋଇଛି କୋରାପୁଟ । ଘନ କୁହୁଡ଼ି ସାଙ୍ଗକୁ ଜାଡ ଓ ପ୍ରବଳ ଶୀତ । କୋରାପୁଟର ବିଭିନ୍ନ ଅଞ୍ଚଳରେ ରାତିର ତାପମାତ୍ରା ପାଞ୍ଚ ଡିଗ୍ରୀ ରହୁଛି । ଦାମନଯୋଡି ରେ ରାତିର ତାପମାତ୍ରା ୪.୯ ଡିଗ୍ରୀ ରହିଥିବା ବେଳେ କୋରାପୁଟ ରେ ୭ ଡ଼ିଗ୍ରୀ ରହିଛି । ସେଇପରି ଲମତାପୁଟରେ ରାତିର ତାପମାତ୍ରା ୪.୨ଡିଗ୍ରୀ ରହିଥିବା ବେଳେ ନନ୍ଦପୁର ରେ ପାଞ୍ଚ ଡ଼ିଗ୍ରୀ ରହିଛି । ଆଗକୁ ଏଭଳି ଥଣ୍ଡା ଓ କୁହୁଡି ଜାରି ରହିବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି ।