ଥରୁଛି ଓଡିଶା : ଆସନ୍ତା ୧ ଯାଏଁ ରାଜ୍ୟରେ ଜାରି ରହିବ ଶୀତ ଲହରୀ

ଥରୁଛି ଓଡିଶା : ଆସନ୍ତା ୧ ଯାଏଁ ରାଜ୍ୟରେ ଜାରି ରହିବ ଶୀତ ଲହରୀ

କନକ ବ୍ୟୁରୋ : ଆସନ୍ତା ଦୁଇ ଦିନ ଧରି ରାଜ୍ୟରେ ଶୀତର ଲହରୀ ଲାଗି ରହିବ । ଗତ ୨୪ ଘଂଟା ମଧ୍ୟରେ ୪ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ରହିଥିଲା । ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଥିବା ଗୁରୁଚାପ କ୍ଷେତ୍ର ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ କହିଛି ।

ଅନ୍ୟପଟେ ଆସନ୍ତା ୩୦ ଓ ୧ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ଶୀତର ପ୍ରକୋପ କମିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଗତକାଲି ୨୪ ଘଂଟା ମଧ୍ୟରେ ରାଜ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଏଇ ଭିଡିଓରେ ଦେଖନ୍ତୁ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe