ରାଜ୍ୟରେ ବର୍ଷା ସହ ଘଡ଼ଘଡ଼ି ଆଶଙ୍କା ! ଜାଣନ୍ତୁ କେଉଁ କେଁଉ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି ?

45

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ତଥା ତାମିଲନାଡୁ ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଛି  ଘୂର୍ଣ୍ଣିଝଡ଼ । ଯାହାର ପ୍ରଭାବ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପଡ଼ିବ । ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳର ଗୋଟିଏ କିମ୍ବା ଦୁଇଟି ସ୍ଥାନ ସହିତ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ଢ଼େଙ୍କାନାଳ ଓ ଯାଜପୁର ଆଦି ଅନେକ ସ୍ଥାନରେ ବର୍ଷା ଆଶଙ୍କା ରହିଛି ବୋଲି ବୁଧବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ବର୍ଷା ସମୟରେ ବିଜୁଳି ଓ ଘଡ଼ଘଡ଼ି ମାରିବାର ସମ୍ଭାବନା ବି ରହିଛି ।

ସେହିପରି ଗତ କାଲି ଜଗତସିଂହପୁରରେ ୪ମିମି ବର୍ଷା ରେକର୍ଡ କରାଯାଇଥିଲା ବେଳେ ଝାରସୁଗୁଡାରେ ୩ମିମି, ନବରଙ୍ଗପୁରରେ ୩ମିମି, ଖୋର୍ଦ୍ଧାରେ ୩ମିମି, ଯାଜପୁରରେ ୩ମିମି, ମୟୁରଭଞ୍ଜରେ ୩ମିମି, ଗଜପତିରେ ୩ମିମି, କନ୍ଧମାଳରେ ୨ମିମି, ଗଞ୍ଜାମରେ ୨ମିମି ଓ କଟକରେ ୧ମିମି ବର୍ଷା ରେକର୍ଡ କରାଯାଇଥିଲା । ସେହିପରି ଗତ କାଲି ଚାନ୍ଦବାଲିରେ ୩୫. ୨ଡିଗ୍ରି ସର୍ବାଧିକ ତାପମାତ୍ରା ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୦.୫ଡିଗ୍ରି ଫୁଲବାଣୀରେ ରେକର୍ଡ କରାଯାଇଛି ।