ପାଗରେ ଆସିଛି ପରିବର୍ତ୍ତନ : ୧୮ରୁ ଶୀତ ଛାଡ଼ିବ, ୨୦ରୁ ଖରା

220

କନକ ବ୍ୟୁରୋ : ପାଗରେ ଆସିଛି ପରିବର୍ତ୍ତନ । ଦିନର ତାପମାତ୍ରା ବଢ଼ିବା ସଙ୍ଗେ ସଙ୍ଗେ ଥଣ୍ଡା କମିବାରେ ଲାଗିଛି । ମାଲକାନଗିରି ଓ ପାଳାଖେମୁଣ୍ଡି ତାପାମାତ୍ରା ଗତକାଲି ୩୫ ଡିଗ୍ରି ଛୁଇଁଥିବା ବେଳେ ଟିଟିଲାଗଡ଼ ଓ ରାଜଧାନୀ ଭୁବନେଶ୍ୱରରେ ଗତକାଲି ତାପମାତ୍ରା ୩୪ ଡିଗ୍ରି ଡେଇଁଛି । ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲିଯାଇଛି ।

ଆସନ୍ତା ୨ ଦିନ ମଧ୍ୟରେ ତାପାମାତ୍ରା ଆଉ ୨ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି । ଏଥିସହ ୧୬ ତାରିଖରେ ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂପୁର ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହୋଇପାରେ । ୧୭ ତାରିଖର ଏହି ଜିଲ୍ଲା ଗୁଡ଼ିକ ସମେତ ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ଘ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।