କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗ୍ରୀଷଋତୁ ଆରମ୍ଭରୁ ହିଁ ହଟ୍ଟହଟା ହେଲେଣି ଲୋକେ । ଏହାସହ ପଶ୍ଚିମ ଓଡିଶାର ଲୋକେ ଗରମ ଓ ଝାଞ୍ଜି ପବନରେ ସନ୍ତୁୁଳି ହେଉଛନ୍ତି । ଜଳୁଛି ଟିଟିଲାଗଡ । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡରେ ମଧ୍ୟାହ୍ନ ସୃଷ୍ଟି କରିଛି ଇତିହାସ । ଦୀର୍ଘ ବର୍ଷର ରେକର୍ଡ ଭାଙ୍ଗିଛି ସୂର୍ଯ୍ୟଙ୍କ ତେଜ । ପାରଦ ୪୩ ଡିଗ୍ରୀକୁ ଛୁଇଁଛି ।
୧୯୯୬ ମସିହା ପରଠାରୁ ମାର୍ଚ୍ଚ ମାସରେ ସୂର୍ଯ୍ୟଙ୍କ ତେଜ କେବେ ଏମିତି ଉଗ୍ର ରୂପ ଧାରଣ କରିନଥିଲା । ତାତି ସାଙ୍ଗକୁ ଝାଞ୍ଜି ବହିବା ମଧ୍ୟ ଆରମ୍ଭ ହୋଇଛି । କେବଳ ପଶ୍ଚିମ ଓଡିଶା ନୁହେଁ ଆଭନ୍ତରୀଣ ଓଡିଶାରେ ବି ଅସହ୍ୟ ତାତି ଅନୁଭୂତ ହୋଇଛି । ସ୍ୱାଭାବିକ ତାପମାତ୍ରାଠାରୁ ଢ଼େର ଉପରକୁ ଉଠିଯାଇଛି ପାରଦ । ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି, ୨୮ରୁ ସୂର୍ଯ୍ୟଙ୍କ ତେଜ ଆହୁରି ବଢ଼ିବ ।
ଆସନ୍ତା ୧ପରେ ସୂର୍ଯ୍ୟଙ୍କ ତେଜ ଆହୁରି ଉଗ୍ର ରୂପ ନେବ । ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି ଉତ୍ତର ଓ ପଶ୍ଚିମ ଦିଗରୁ ଗରମ ପବନ ବହୁଛି । ଦିନେ ଦୁଇଦିନ ମଧ୍ୟରେ ସାରା ରାଜ୍ୟରେ ଏହି ଗ୍ରୀଷ୍ମ ଲହରୀ ଖେଳିଯିବ । ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ଆହୁରି ତାତିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-27-08h50m01s686.png)