ଆଜିଠାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗରମ ବଢ଼ିବ : କେତେକ ସ୍ଥାନରେ ମେଘୁଆ ରହିପାରେ ପାଗ

1,413

କନକ ବ୍ୟୁରୋ : ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ପାଣିପାଗରେ ବିଶେଷ ପରିବର୍ତ୍ତନ ଘଟିବ ନାହିଁ। ୨୭ ଓ ୨୮ ତାରିଖରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପାଗ ମେଘୁଆ ରହିପାରେ। ରାଜ୍ୟର ବାକି ଅଞ୍ଚଳରେ ପାଗ ଶୁଖିଲା ଓ ଖରାଟିଆ ରହିବ । ରାତିର ତାପମାତ୍ରା ବଢ଼ିବ ନାହିଁ । ଗତକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ହୋଇଥିଲା । ଏଣୁ ମାସକ ପର୍ଯ୍ୟନ୍ତ ତାପମାତ୍ରା ସ୍ବାଭାବିକ୍‌ଠାରୁ କମ୍‌ ରହିଥିଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପୂର୍ବ ଆକଳନ ମୁତାବକ, ଆଜିଠାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗରମ ବଢ଼ିବ । ସାଧାରଣ ଭାବେ ପ୍ରଥମେ ଉତ୍ତରପଶ୍ଚିମ ଭାରତରେ ତାପମାତ୍ରା ବଢ଼ିଥାଏ। କ୍ରମଶଃ କେନ୍ଦ୍ରୀୟ ଭାରତ, ଉତ୍ତର ଭାରତ ଦେଇ ଓଡ଼ିଶାକୁ ଗରମ ପବନ ବହିଥାଏ। ବର୍ତ୍ତମାନ ଆକଳନ କରାଯାଉଛି ଯେ ଓଡ଼ିଶା ସମେତ ପୂର୍ବ ଭାରତ ଓ ଆ‌ଭ୍ୟନ୍ତରୀଣ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଆଭ୍ୟନ୍ତରୀଣ ମହାରାଷ୍ଟ୍ର ଓ ଛତିଶଗଡ଼ରେ ତାପମାତ୍ରା ପ୍ରଥମେ ବଢ଼ିବ । ଏହାପରେ କ୍ରମଶଃ ଉତ୍ତର ଓ ପଶ୍ଚିମ ଆଡ଼େ ବ୍ୟାପିବ ।

ଆକଳନ ଅନୁଯାୟୀ, ଆସନ୍ତାକାଲିଠାରୁ ଦିନର ତାପମାତ୍ରା କ୍ରମଶଃ ବଢ଼ିବ ଓ ୨୮ ତାରିଖ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୭ରୁ ୩୮ଡିଗ୍ରି ରହିବ। ୩୧ ତାରିଖ ସୁଦ୍ଧା ଏହା ୪୦ ଡିଗ୍ରିରେ ପହଞ୍ଚିବାର ସମ୍ଭାବନା ରହିଛି। ସେହିପରି ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶା‌ରେ ମଧ୍ୟ ତାପମାତ୍ରା ବଢ଼ିବ ବୋଲି ସେ କହିଛନ୍ତି।

Comments are closed.