ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କଲା ବାତ୍ୟା ନିସର୍ଗ । ମୁମ୍ବାଇରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ବହୁଛି ପବନ, ସୁଁ ସୁଁ ଗର୍ଜନ କରି କୂଳ ଆଡ଼କୁ ମାଡ଼ି ଆସୁଛି ସମୁଦ୍ର

819

କନକ ବ୍ୟୁରୋ : କନକ ବ୍ୟୁରୋ : ମହାରାଷ୍ଟ୍ର ଉପକୂଳ ଅଞ୍ଚଳରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କଲା ନିସର୍ଗ । ମୁମ୍ବାଇର ଅଲିବାଗରେ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍ । ପାଣିପାଗ ବିଭାଗ ସୂଚନା ଅନୁସାରେ ୧୨୦ କିମି ବେଗରେ ପ୍ରତି ଉପକଳ ଛୁଇଁଛି ବାତ୍ୟା । ଫଳରେ ଉପକୂଳ ଅଞ୍ଚଳରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହେଉଛି । । ପବନରେ ବଡ଼ ବଡ଼ ଗଛ ସବୁ ଭାଙ୍ଗିବା ଆରମ୍ଭ ହୋଇଗଲାଣି ।

ସମୁଦାୟ ୧୩, ୫୪୧ଜଣ ବ୍ୟକ୍ତିଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମହରାଷ୍ଟ୍ରର ଅନ୍ୟୂନ ସାତଟି ଉପକୂଳବର୍ତ୍ତୀ ଜିଲ୍ଲା ନିମନ୍ତେ ଭାରତୀୟ ପାଣିପାଗ ବିଭାଗ ରେଡ୍‌ ଆଲର୍ଟ ଜାରି କରିଥିଲା । ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ବାତ୍ୟା ପ୍ରବାହ ପଥରେ ଆସୁଥିବା ମୁମ୍ବାଇରେ ୧୬୪ ମିଲିମିଟର୍‌ରୁ ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା କଥା ଜଣାପଡ଼ିଛି ।

ବାତ୍ୟା ଲ୍ୟାଣ୍ଡ୍‌ଫଲ୍ କରୁଥିବାରୁ ବାନ୍ଦ୍ରା ଓ ୱର୍ଲି ସି’ ଲିଙ୍କ୍‌ରେ ଯାନବାହନ ଚଳାଚଳ ବନ୍ଦ କରାଯାଇଥିବା କଥା ପୁଲିସ କହିଛି । ମଧ୍ୟରାତ୍ରୀ ବେଳକୁ ବାତ୍ୟା ‘ନିସର୍ଗ’ର ପ୍ରଭାବ ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।  ବାତ୍ୟା ଯୋଗୁଁ ଗୋଆରେ ମଧ୍ୟ ପ୍ରବଳ ବର୍ଷା ହେଉଛି ଓ ତଳିଆ ଅଞ୍ଚଳ ଜଳପ୍ଳାବିତ ହୋଇଯାଇଛି ।