image courtesy-https://www.google.co.in/
କନକ ବ୍ୟୁରୋ : ସମଗ୍ର ଓଡ଼ିଶା ଏବେ ସନ୍ତୁଳି ହେଉଛି ଅସହ୍ୟ ତାତି ଓ ଗରମରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଅନ୍ତର୍ଗତ ଜିଲ୍ଲାମାନଙ୍କରେ ତାପମାତ୍ରା ୪୦ରୁ ୪୨ ଡିଗ୍ରି ମଧ୍ୟରେ ରହୁଥିବା ବେଳେ ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ଜିଲ୍ଲାମାନଙ୍କରେ ତାପମାତ୍ରା ୪୪ ଡିଗ୍ରିରେ ପହଞ୍ଚିଛି । ତେବେ, ଆସନ୍ତା ଶନିବାର ଅପରାହ୍ଣ କିମ୍ବା ରବିବାର ପୂର୍ବାହ୍ନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସରାଦିନ ପ୍ରଚଣ୍ଡ ଖରା ଓ ଗରମରେ ଆଉଟୁପାଉଟୁ ହୋଇ ରାଜ୍ୟବାସୀ ଅପରାହ୍ଣରେ ଟିକିଏ କାଳବୈଶାଖୀ ଜନିତ ବର୍ଷକୁ ଚାତକ ପରି ଚାହିଁ ରହୁଥିଲେ ସୁଦ୍ଧା କାଳବୈଶାଖୀ ଜନିତ ବର୍ଷାର ଚିହ୍ନବର୍ଣ୍ଣ ସୁଦ୍ଧା ଦେଖିବା ପାଇଁ ମିଳୁନାହିଁ ।
ତେବେ, ଏପ୍ରକାର ପରିସ୍ଥିତରେ ଆଜି ଦିନ ୨ଟାରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ରାୟଗଡ଼ା ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଆଦି ରାଜ୍ୟର ୧୪ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ କୁଆପଥର ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଏହି ସମସ୍ତ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ହୋଇପାରେ ବୋଲି ମଧ୍ୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
Follow Us
/kanak/media/post_attachments/wp-content/uploads/2018/04/rain.jpg)
/kanak/media/post_attachments/wp-content/uploads/2018/04/rain-2.jpg)