କଟକରେ ସହରାଂଚଳ ପାଇଁ ୧୦୧ଟି ନୂତନ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ନବୀନ ! ଭୁବନେଶ୍ୱରରେ ୱାଟର ଟେଷ୍ଟିଂ ଷ୍ଟେଟ୍ ଲାବରୋଟାରୀର ଉଦଘାଟନ

26

କନକ ବ୍ୟୁରୋ : ଟ୍ୱିନସିଟିରେ ବଡ ଧରଣର ଜଳ ଓ ଜାଳେଣି ରାଜନୀତି । ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକରେ ୧୦୧ଟି ସହରାଂଚଳ ପାଇଁ ନୂତନ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୭୮୩ କୋଟି ଟଙ୍କାରେ ୫୫୫ଟି ଜଳ ଯୋଗାଣ ପ୍ରକଳ୍ପ କରାଯିବ । ଆଜି ଯାହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ୭୪ଟି ସହରାଂଚଳରେ ୧୫୭ କୋଟି ବ୍ୟୟରେ ନିର୍ମିତ ୧୮୨ଟି ଜଳ ଯୋଗାଣ ପ୍ରକଳ୍ପ । ୬ଟି ଜଳ ପରିକ୍ଷାଗାରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର, ପୁରୀ, ରାଉରକେଲା, କଟକ ଓ ବାରିପଦାରେ ନୂତନ ଜଳ ପରୀକ୍ଷାଗାରର ଉଦ୍ଘାଟନ କରାଯାଇଛି ।

କଟକରେ ଜଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ପୂର୍ବରୁ ଭୁବନେଶ୍ୱର ପଳାଶୁଣୀରେ ୱାଟର ଟେଷ୍ଟିଂ ଷ୍ଟେଟ୍ ଲାବରୋଟାରୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୬୬ କୋଟି ଟଙ୍କାର ବ୍ୟୟ ଅଟଳଳରେ ନିର୍ମାଣ କରାଯାଇଥିବା ଲାବରୋଟାରୀର ଉଦଘାଟନ କରିଛନ୍ତି ନବୀନ ପଟ୍ଟନାୟକ । ଏହାଦ୍ୱାର ସହରବାସୀ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ୱାଟର ଟେଷ୍ଟିଂ ଷ୍ଟେଟ ଲାବରୋଟାରୀରେ ପାଣି ନମୂନା ପରୀକ୍ଷା କରାଯିବ ।