କନକ ବ୍ୟୁରୋ : ପାଣି ପାଇଁ ରାସ୍ତାରୋକ । ଗରା, ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା । ଢେଙ୍କାନାଳ ଜିଲ୍ଲାର ଦୁଇଟି ୱାର୍ଡରେ ଦେଖା ଦେଇଛି ଏଭଳି ଘଟଣା । ପିଇବା ପାଣିର ଅଭାବ ଦେଖା ଦେଇଥିବାରୁ ଢେଙ୍କାନାଳ ପୌର ପରିଷଦର ୧୪ ଓ ୧୫ ନମ୍ବର ୱାର୍ଡରେ ଜନ ଅସନ୍ତୋଷ, ଆନ୍ଦୋଳନର ରୂପ ନେଇଛି । ଗରା, ବାଲଟି ଧରି ସହର ଭିତରେ ରାସ୍ତାରୋକ କରିଛନ୍ତି ଶତାଧିକ ମହିଳା । ଦୀର୍ଘ ଦିନରୁ ଏହି ଦୁଇଟି ୱାର୍ଡରେ ପାନୀୟ ଜଳ ସମସ୍ୟା ରହି ଆସିଛି । ତେବେ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ବାଧ୍ୟ ହୋଇ ଏହି ଦୁଇଟି ୱାର୍ଡର ମହିଳାମାନେ ରାସ୍ତାରୋକ କରିଥିବା ଜଣାପଡିଛି ।
ଢେଙ୍କାନାଳରେ ଦେଖା ଦେଇଛି ଉତ୍କଳ ଜଳସଙ୍କଟ । ସହରର ୧୩ ନମ୍ବର ଓ ୧୪ ନମ୍ବର ଓ୍ଵାର୍ଡରେ ଥିବା କୁଅ ପୋଖରି ଶୁଖିଯାଇଥିବା ବେଳେ ପିଇବା ପାଣି ଟୋପାଏ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ମାତ୍ର ଲୋକଙ୍କ ବଞ୍ଚିବାରଏହି ମୌଳିକ ଦାବି ପୂରଣ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦରେ ଆଜି ୧୩ ନମ୍ବର ଓ ୧୪ ନମ୍ବର ଓ୍ଵାର୍ଡର ମହିଳାମାନେ ଘରୁ ଗରା, ବାଲ୍ତି ମାଠିଆ ଆାଣି ରାସ୍ତା ଅବରୋଧ କରିଛନ୍ତି। ମହିଳାମାନେ ବାଜି ରାଉତ ଛକ ପାଖରେ ରାସ୍ତା ଉପରେ ଗରା, ବାଠିଆ, ବାଲତି ଥୋଇ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଢେଙ୍କାନାଳ ସହର ଦେଇ ବସ ଚଳାଚଳ ଓ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ମହିଳାମାନଙ୍କୁ ବୁଝାଶୁଖା କରୁଛି।