ଫୁଲୁଛି ଜଳକା : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀର ବନ୍ୟାଜଳ

50

କନକ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବାଲେଶ୍ୱର ମଥାନି ନିକଟରେ ବିପଦ ସଂକେତ ୫ଦଶମିକ୍ ପାଂଚ ଶୂନ ମିଟର ଥିବାବେଳେ ୬ଦଶମିକ୍ ଏକ ମିଟର ଉଚ୍ଚରେ ନଦୀର ଜଳ ପ୍ରବାହିତ ହେଉଛି । ଯାହା ଫଳରେ ଜଳକା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ବନ୍ୟା ହେଲେ ବସ୍ତା ବ୍ଲକର ମଥାନି, ବାହାର୍ଦା,ଦୁଧହଂସା, ସଦାନନ୍ଦପୁର, ବରୁଣଗଡିଆ, ଚଳୁରାଇ, ଦରଡା, ଗଡପଦା,ରାଉତପଡା ସମେତ ସଦର ବ୍ଲକର ୨ତିନୋଟି ପଂଚାୟତ ପ୍ରଭାବିତ ହେବାର ଅନୁମାନ କରାଯାଉଛି । ଅବବାହିକା ଅଂଚଳରେ ବୁଧବାର ମଧ୍ୟରାତ୍ରିରୁ ବର୍ଷା ଲାଗି ରହିଛି ।

ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଓଡିଶା ଉପକୂଳ ଛୁଇଁବା ପରେ ଏହା ଦିଗ ବଦଳାଇଛି । ଦକ୍ଷିଣ-ପଶ୍ଚିମ ଓଡିଶା ଦେଇ ଛତିଶଗଡ ମୁହାଁ ହୋଇଛି ବାତ୍ୟା ଡାଏ । ତେବେ ଏହାର ପ୍ରଭାବରେ ବର୍ଷା ଲାଗି ରହିବ । ଗଜପତି, ଗଞ୍ଜାମ, ପୁରୀ, ରାୟଗଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ସମୟରେ ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଅତିପ୍ରବଳ ବର୍ଷା ହୋଇପାରେ । ଅନ୍ୟ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।