ସଙ୍କଟରେ ବାବା ଲୋକନାଥଙ୍କ ପୀଠ : ସପ୍ତାହେ ହେବ ମନ୍ଦିର ପରିସର ଓ ଗମ୍ଭୀରାରେ ଜମିରହିଛି ପାଣି

654
କନକ ବ୍ୟୁରୋ : ଆଜିକୁ ୬  ଦିନ ହେଲା ଅଂଟାଏ ପାଣିରେ ବୁଡିରହିଛି ଲୋକନାଥ ମନ୍ଦିର । ସଙ୍କଟରେ ବାବା ଲୋକନାଥଙ୍କ ପୀଠ । ମନ୍ଦିରର ଗମ୍ଭୀରାରେ ବର୍ଷା ଜଳ ଲହଡି ମାରୁଛି । ମନ୍ଦିର ପରିସରରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇରହିଛି । ଫଳରେ ଗମ୍ଭୀରାରୁ ଥାଇ ଦିଅଁକୁ ଦର୍ଶନ କରିପାରୁନାହାନ୍ତି ଭକ୍ତ । ଶିବଲିଙ୍ଗ ରଖି ବାହାରେ ପୂଜା କରାଯାଉଥିବା ବେଳେ ମନ୍ଦିର ଭିତରକୁ ଯିବା ସମ୍ଭବପର ହୋଇପାରୁନାହିଁ  । ଏପଟେ ମନ୍ଦିର ମଧ୍ୟରୁ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି ।
କିଛି ମାସ ପୂର୍ବରୁ ଲଘୁଚାପ ବର୍ଷାରେ ଲୋକନାଥଙ୍କ ପାର୍ବତୀ ସାଗର ପୁଷ୍କରିଣୀର ଉତରପାର୍ଶ୍ୱ ପାଚେରୀ ଭୁଶୁଡି ପଡିଥିଲା । ତାହା ମଧ୍ୟ ସଠିକ ଭାବେ ପୁନରୁଦ୍ଧାର କରାଯାଇନଥିବାରୁ ପାର୍ବତୀ ସାଗରକୁ ଅବାଧରେ ବାହାର ପାଣି ପ୍ରବେଶ କରୁଛି । ଫଳରେ ମନ୍ଦିର ଭିତରକୁ ପାଣି ପଶଇ ଗମ୍ଭୀରା ସହ ଅଗଣା ଓ ସମଗ୍ର ମନ୍ଦିରରେ ପାଣି ଜମି ରହିଛି । ଉପଜିଲ୍ଲାପାଳ ଏକଥାକୁ ସ୍ୱୀକାର କରିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ନିଷ୍କାସନ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।