ପାଣି ପୂରାନ୍ତୁ, କାର୍ ଚାଲିବ । ନା ପେଟ୍ରୋଲର ଚିନ୍ତା, ନା ବ୍ୟାଟେରୀ ଚାର୍ଜର ଝନଝଟ୍ । ଦ୍ୱାଦଶ ପାସ୍ କରିଥିବା ମେକାନିକ୍ ତିଆରି କଲେ ପାଣିକୁ ଇନ୍ଧନ ଭାବେ ବ୍ୟବହାର କରି ଚାଲୁଥିବା କାର୍ ।

865

କନକ ବ୍ୟୁରୋ : ପାଣି ପୂରାଇଲେ, ଚାଲିବ କାର୍ । ନା ପେଟ୍ରୋଲର ଚିନ୍ତା, ନା ବ୍ୟାଟେରୀ ଚାର୍ଜ କରିବାର ଝନଝଟ୍ । ପେଟ୍ରୋଲ ବଦଳରେ ପାଣିକୁ ଇନ୍ଧନ ରୂପେ ବ୍ୟବହାର କରି ଏବେ ଆପଣ କାର୍ ଚଳାଇପାରିବେ । ଦେଶରେ ପେଟ୍ରୋଲ ଡିଜେଲର ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତା ଗାଡ଼ି ଚଳାଇବା ପୂର୍ବରୁ ୫ ଥର ଚିନ୍ତା କରୁଛନ୍ତି । ତେଲ ଦର ବୃଦ୍ଧି ଓ ମାତ୍ରାଧିକ ପ୍ରଦୁଷଣ ପାଇଁ ଇଲେକ୍ଟ୍ରିକ୍ ବିମାନର ଚାହିଦା ବଢ଼ିବାରେ ଲାଗିଛି । ଏପରିସ୍ଥଳେ ପାଣିରେ ଚାଲୁଥିବା କାର୍ କହିଲେ କେହି ବିଶ୍ୱାସ ନକରିପାରନ୍ତି । ତେବେ ପାଣିରେ କାର ଚାଲୁଥିବା କଥା ନିରାଟ ସତ କଥା । ମଧ୍ୟପ୍ରଦେଶର ମହମ୍ମଦ ରଇସ୍ ମକରାନୀ ତିଆରି କରିଛନ୍ତି ପାଣିକୁ ଇନ୍ଧନ କରି ଚାଲୁଥିବା କାର୍ ।

ମଧ୍ୟପ୍ରଦେଶର ୪୪ ବର୍ଷିୟ ମହମ୍ମଦ ରଇସ୍ ମକରାନୀ । ମାତ୍ର ଦ୍ୱାଦଶ ଯାଏ ପଢ଼ିଥିବା ଗାଡ଼ି ମେକାନିକ୍ ମକରାନୀ ତିଆରି କରିଛନ୍ତି ଏପରି ଏକ କାର, ଯାହା ପେଟ୍ରୋଲ, ଡିଜେଲ କିମ୍ବା ଗ୍ୟାସରେ ନୁହେଁ ପାଣିରେ ଚାଲୁଛି । ପାଣିରେ ଚାଲୁଥିବା ଏହି କାରର ଭିଡ଼ିଓ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ବିନା କୌଣସି ମେକାନିକାଲ ପାଠ ପଢ଼ି ମକରାନୀ ଏହି କାର ତିଆରି କରିପାରିଛନ୍ତି ।

୨୦୦୭ରୁ ପ୍ରୟୋଗ ଆରମ୍ଭ କରିଥିଲେ ମକରାନୀ । ଅନେକ ବର୍ଷର କଠିନ ପରିଶ୍ରମର ଫଳ ଏବେ ତାଙ୍କୁ ମିଳିଛି । କେବଳ କାରର ଇଞ୍ଜିନ୍ ତିଆରି କରିବା ପାଇଁ ତାଙ୍କୁ ପାଖାପାଖି ଦେଢ଼ ବର୍ଷ ସମୟ ଲାଗିଥିଲା । ୫୦ରୁ ୬୦ ଘଣ୍ଟା କିଲୋମିଟର ପ୍ରତି ଦୌଡ଼ୁଛି ଏହି କାର୍ । ପାଣିରେ ଚାଲୁଥିବା କାର ଚାରି ସିଟ୍ ବିଶିଷ୍ଟ ହୋଇଥିବା ବେଳେ ଏଠାରେ ଏକ ଟାଙ୍କି ଲାଗିଛି । ଆଉ ସେହି ଟାଙ୍କିରେ ପାଣି ଭରାଯାଉଛି । କେବଳ ପାଣି ନୁହେଁ କିଛି ସାମାନ୍ୟ ରାସାୟନିକ ଦ୍ରବ୍ୟ ସହ ଚୂନ ପରି କୌଣସି ପଦାର୍ଥ ମିଶାଇବାକୁ ପଡ଼ୁଛି । ଫଳରେ ଏଥିରୁ ନିର୍ଗତ ହେଉଥିବା ଏସିଟିଲିନ୍ ଗ୍ୟାସରେ ରାସ୍ତାରେ ସାଇଁ ସାଇଁ ହୋଇ ଗଡ଼ୁଛି । ଏହି ଗ୍ୟାସରେ କୌଣସି ପ୍ରଦୂଷଣ ହେଉନଥିବା ମଧ୍ୟ ସୂଚନା ମିଳିଛି ।

ତେବେ ଏହି କାର ପାଇଁ ସେ ପେଟଣ୍ଟ ମଧ୍ୟ କରାଇସାରିଛନ୍ତି । ମକାରାନୀଙ୍କ ଏହି ପେଟେଣ୍ଟ ଆଧରରେ ଏକ ଚାଇନିଜ କମ୍ପାନୀ କାର ନିର୍ମାଣ କରିବ । ତେବେ ସୋସିଆଲ ମିଡ଼ିଆରେ ଏ ସମ୍ପର୍କରେ ବାରମ୍ବାର ପ୍ରଶ୍ନ କରୁଛନ୍ତି ଜନତା । ଭାରତ ସରକାର କିମ୍ବା ଭାରତୀ କମ୍ପାନୀ ଗୁୁଡ଼ିକ କାହିଁକି ମକରାନୀଙ୍କ ସହ ସମ୍ପର୍କ କରୁନାହାନ୍ତି ବୋଲି କୁାହଯାଉଛି । ଏହି ନିଆରା ଉଦ୍ଭାଭବ ପାଇଁ ମକରାନୀଙ୍କୁୁ ଦୁବାଇ ଚାଇନା କମ୍ପାନୀ ଗୁଡ଼ିକ କଣ୍ଟାକ୍ଟ କରିଥିଲେ । କିନ୍ତୁ ମେକ୍ ଇନ୍ ଇଣ୍ଡିିଆ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ପ୍ରୋଜ୍ସଟକୁ ଅନ୍ୟ କମ୍ପାନୀ ହାତକୁ ନିଜର ପରିଶ୍ରମକୁ ଟେକିଦେଇନାହାନ୍ତି । ଭାରତ ସକରାର କେବେ ତାଙ୍କ ସହ ସମ୍ପର୍କ କରିବେ ସେ ଅପେକ୍ଷାରେ ଅଛନ୍ତି ।