ବାୟୁସେନା ହାତରେ ନୂଆ ଅସ୍ତ୍ର : ଆଜି ସେନାରେ ସାମିଲ ହେବ ଲଢ଼ୁଆ ଆପାଚେ ହେଲିକପ୍ଟର

632

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ବଢ଼ିବ ଶକ୍ତି । ବାୟୁସେନାରେ ଆଜି ସାମିଲ ହେବ ଅତ୍ୟାଧୁନିକ ଆପାଚେ ହେଲିକପ୍ଟର । ଆପାଚେ ଏଏଚ ୬୪-ଇ ଦୁନିଆର ସବୁଠୁ ଲଢ଼ୁଆ ହେଲିକପ୍ଟର ବୋଲି କୁହାଯାଉଛି । ଆମେରିକା ସେନା ଏହି ଆପାଚେ ହେଲିକପ୍ଟର ବ୍ୟବହାର କରିଥାଏ । ଆଠଟି ଆପାଚେ ହେଲିକପ୍ଟର ବାୟୁସେନାରେ ସାମିଲ ହେବ । ଏହି ହେଲିକପ୍ଟର କିଣିବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ୨୦୧୫ରେ ଚୁକ୍ତି ହୋଇଥିଲା । ବୋଇଙ୍ଗ କମ୍ପାନୀ ଠାରୁ ଏହିପରି ୨୨ଟି ଆପାଚେ ହେଲିକପ୍ଟର କିଣିବାକୁ ଭାରତ ଚୁକ୍ତି କରିଥିଲା । ଆସନ୍ତାବର୍ଷ ସୁଦ୍ଧା ଭାରତକୁ ସବୁ ହେଲିକପ୍ଟର ମିଳିଯିବ ।

ଆପାଚେ ଏଏଚ-୬୪ଇ ଦୁନିଆର ସବୁଠ ଠାରୁ ଶକ୍ତିଶାଳୀ ଲଢୁଆ ହେଲିକପ୍ଟର । ଆମେରିକା ସେନା ବ୍ୟବହାର କରୁଛି ଏହି ଲଢ଼ୁଆ ହେଲିକପ୍ଟର । ଏହି ହେଲିକପ୍ଟରର ମୂଲ୍ୟ ୪,୧୬୮ କୋଟି ଟଙ୍କା । ୨୦୧୫ରେ ଭାରତ ଆମେରିକା ସରକାର ଓ ଆମେରିକା ବିମାନର ସବୁଠୁ ବଡ଼ କମ୍ପାନୀ ବୋଇଙ୍ଗଠୁ ୨୨ ଆପାଚେ ହେଲିକପ୍ଟର କିଣିବା ପାଇଁ ପ୍ରାୟ ତିନି ଅରବ ଡଲାରର ଚୁକ୍ତିନାମା କରିଥିଲା । ଏହି ହେଲିକପ୍ଟରରେ ଦୁଇଟି ଟର୍ବୋସଫ୍ଟ ଇଞ୍ଜିନ ଓ ଚାରୋଟି ବ୍ଲେଡ୍ ରହିଛି । ଆପାଚେ ହେଲିକପ୍ଟର ଘଣ୍ଟା ପ୍ରତି ୨୯୩ କିମି ବେଗରେ ଉଡ଼ାଣ ଭରିପାରେ । ଏହି ହେଲିକପ୍ଟର ସାମ୍ନାରେ ଲାଗିଥିବା ସେନସର ସାହାଯ୍ୟରେ ରାତିରେ ମଧ୍ୟ ଉଡ଼ାଣ ଭରିପାରେ ।