ଆସ୍ଥା ନା ଅନ୍ଧବିଶ୍ୱାସ ! ୧୧ ଟଙ୍କାରେ ହାସଲ କରନ୍ତୁ ପାପମୁକ୍ତି ପ୍ରମାଣପତ୍ର 

59

ଭାରତ ଦେଶରେ ଲୋକମାନେ ଅଧିକ ଭଗବାନ ବିଶ୍ୱାସୀ ଏବଂ ଏନେଇ ସେମାନଙ୍କ ମନରେ ଭିନ୍ନ ଭିନ୍ନ ମାନ୍ୟତା ଥିବାର ମଧ୍ୟ ଆପଣ ଜାଣିଥିବେ । ଏଥିଯୋଗୁଁ ସେମାନେ ଅନେକ ଏପରି ପରମ୍ପରା ଉପରେ ମଧ୍ୟ ବିଶ୍ୱାସ ରଖନ୍ତି ଯାହର କୌଣସିି ସତ୍ୟତା ନଥାଏ । ରାଜସ୍ଥାନରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଏକ ଜଳାଶୟରେ ବୁଡ ପକାଇ ମାତ୍ର ୧୧ ଟଙ୍କା ଦାନ କଲେ ଆପଣଙ୍କୁ ପାପମୁକ୍ତ ହେବାର ପ୍ରମାଣପତ୍ର ମିଳିଯାଏ ।

22ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଅଛି ଶ୍ରୀ ଗୌତମେଶ୍ୱର ମହାଦେବ ପାପମୋଚନ ମନ୍ଦିର । ଏହି ମନ୍ଦିରରେ ଅଛି ମନ୍ଦାକିନୀ କୁଣ୍ଡ । ଯେଉଁଠି ବୁଡ ପକାଇଲେ ଓ ଦାନ କଲେ ଏକ ପ୍ରମାଣପତ୍ର ମିଳିଥାଏ । ଯାହା ପ୍ରମାଣିତ କରିଥାଏ ଆପଣ ପାପମୁକ୍ତ ହୋଇଗଲେ । ଭାରତର ସ୍ୱାଧୀନତା ପରଠାରୁ ହିଁ ଚାଲିଛି ଏହି ପାପମୁକ୍ତ ପରମ୍ପରା ।

ସେବେଠାରୁ ଏହି ମନ୍ଦିରରେ ସେହି ଶ୍ରଦ୍ଦାଳୁ ମାନଙ୍କ ରେକର୍ଡ ଅଛି ଯେଉଁମାନେ ଜଳାଶୟରେ ବୁଡ ପକାଇ ଓ ଦାନ କରି ପାପମୁକ୍ତ ହେବାର ପ୍ରମାଣପତ୍ର ହାସଲ କରିଛନ୍ତି । ଏଠାରେ ପୂଜାରୀଙ୍କ ଏକ ଦଳ ପ୍ରତ୍ୟେକ ପ୍ରମାଣପତ୍ର ପାଇଁ ୧ ଟଙ୍କା ଶୁଳ୍କ ଆଦାୟ କରନ୍ତି, ଏବଂ ଦୋଷ ନିବାରଣ ବା ପାପମୁକ୍ତି ପାଇଁ ୧୦ ଟଙ୍କା ନିଆଯାଏ ।

ରିପୋର୍ଟ ଅନୁସାର ଗାଁରୁ ବାହର କରା ଯାଇଥିବା ଲୋକେ ଏହି ମନ୍ଦାକିନୀ କୁଣ୍ଡରେ ବୁଡ ପକାଇ ପାପମୁକ୍ତିର ପ୍ରମାଣପତ୍ର ହାସଲ କରିଥାଆନ୍ତି । ପ୍ରାଚୀନ କାଳର ଏହି ମନ୍ଦିର ଏବେ ଲୋକଙ୍କ ଆସ୍ଥାର କେନ୍ଦ୍ର ରୂପେ ପ୍ରସିଦ୍ଧ । ଲୋକକଥା ଅନୁସାରେ ଗୌତମ ଋଷି ଏକ ପଶୁକୁ ମାରିବା ମାମଲାରେ ଅଭିଶାପ ପାଇଥିଲେ । ସେ ଏହି ମନ୍ଦିରରେ ବୁଡ ପକାଇ ପାପମୁକ୍ତ ହୋଇଥିବା ଶୁଣାଯାଏ । ଏପରି ଲୋକକଥା ପରଠାରୁ ହିଁ ଏହି ପରମ୍ପରାର ଆରମ୍ଭ ହୋଇଥିଲା ।