କନକ ବ୍ୟୁରୋ: ଗ୍ରୀନଲାଣ୍ଡକୁ କିଣିବାକୁ ଆମେରିକାର ବଡ଼ ଅଫର । ଦ୍ୱୀପ ଦେଶ ଗ୍ରୀନଲାଣ୍ଡକୁ ଅକ୍ତିଆର କରିବାକୁ ନେଇ ଆମେରିକାକୁ ଚାରିଆଡୁ ବିରୋଧ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି । ଏହି ଦେଶର ପ୍ରତି ବ୍ୟକ୍ତିଙ୍କୁ ୧୦ ହଜାର ଡଲାରରୁ ୧ ଲକ୍ଷ ଡଲାର ଦେବାକୁ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ବଦଳରେ ଆମେରିକା ସହ ମିଶିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ଟ୍ରମ୍ପ ପ୍ରଶାସନ ଗ୍ରୀନଲ୍ୟାଣ୍ଡବାସୀଙ୍କୁ ସିଧାସଳଖ ନଗଦ ଟଙ୍କା ଦେବାର ଯୋଜନା ବିଚାର କରୁଛି । ଯାହା ଦ୍ୱାରା ସେମାନେ ଡେନମାର୍କରୁ ଅଲଗା ହୋଇ ଆମେରିକା ସହିତ ଅଧିକ ନିକଟତର ହେବାକୁ ରାଜି ହେବେ । କିନ୍ତୁ ଡେନମାର୍କ ଆମେରିକାକୁ କଡା ଚେତାବନୀ ଦେଇଛି । ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକା ଆକ୍ରମଣ କଲେ, ପ୍ରଥମେ ଗୁଳି ଚଳାଇବେ, ପରେ ପ୍ରଶ୍ନ ପଚାରିବେ ବୋଲି କହିଛି ଡେନମାର୍କର ପ୍ରତିରକ୍ଷା ମନ୍ତ୍ରଣାଳୟ । ଇଉରୋପିଓ ଦେଶ ଡେନମାର୍କର ସହର ଗ୍ରୀନଲାଣ୍ଡ ଉପରେ ଆମେରିକାର ଧମକକୁ ନେଇ ଇଉରୋପିଓ ସଂଘ ମଧ୍ୟରେ ବି ବିବାଦ ବଢିବାରେ ଲାଗିଛି। ଆସନ୍ତୁ ନଜର ପକାଇବା କାହିଁକି ଗ୍ରୀନଲାଣ୍ଡ ଅକ୍ତିଆର କରିବାକୁ ଚାହୁଁଛି ଆମେରିକ । ଏବଂ କ’ଣ ରହିଛି ପୂରା ବିବାଦ ।
କୋହଲ ହେଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ: ପୂର୍ବରୁ ୧୦ହଜାର ଟଙ୍କା ଜରିମାନା କଟିଥିଲେ କଣ କରିବେ ଜାଣନ୍ତୁ
ଗ୍ରୀନଲାଣ୍ଡ କିଣିବାକୁ ଆମେରିକାର ବଡ଼ ଅଫର
ଦ୍ୱୀପ ଦେଶ ଗ୍ରୀନଲାଣ୍ଡକୁ ଅକ୍ତିଆର କରିବାକୁ ଆମେରିକାକୁ ପ୍ରସ୍ତାବ ଦେଇଛି
ଦେଶର ପ୍ରତି ବ୍ୟକ୍ତିଙ୍କୁ ୧୦ ହଜାର ୧ ଲକ୍ଷ ଡଲାର(୯କୋଟି ଟଙ୍କା) ଦେବାକୁ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ
ଏହା ଦ୍ୱାରା ସେମାନେ ଡେନମାର୍କରୁ ଅଲଗା ହୋଇ ଆମେରିକାର ନିକଟତର ହେବାକୁ ରାଜି ହେବେ
ଯଦି ଗ୍ରୀନଲାଣ୍ଡ ଆମେରିକାର ପ୍ରସ୍ତାବରେ ରାଜି ହୁଏ, ଆମେରିକାକୁ ପ୍ରାୟ ୫ ଟ୍ରିଲିୟନ ଟଙ୍କା ଦେବାକୁ ପଡ଼ିବ
ଗ୍ରୀନଲାଣ୍ଡକୁ ଆମେରିକାର ଧମକ ପରେ ଡେନମାର୍କ ଆମେରିକାକୁ କଡା ଚେତାବନୀ ଦେଇଛି
ଆମେରିକା ଆକ୍ରମଣ କଲେ, ପ୍ରଥମେ ଗୁଳି ଚଳାଇବେ, ପରେ ପ୍ରଶ୍ନ ପଚାରିବେ: ଡେନମାର୍କର ପ୍ରତିରକ୍ଷା ମନ୍ତ୍ରଣାଳୟ
ଏହି ଦ୍ୱୀପ ରାଷ୍ଟ୍ର ବର୍ତ୍ତମାନ ଡେନମାର୍କର ଅର୍ଦ୍ଧ-ସ୍ୱାୟତ୍ତଶାସିତ ଅଞ୍ଚଳ ଅଟେ
ଗ୍ରୀନଲାଣ୍ଡର ଜନସଂଖ୍ୟା ପ୍ରାୟ ୫୭,୦୦୦ ଏବଂ ଏହାରେ ପ୍ରଚୁର ଉପକାରୀ ପ୍ରାକୃତିକ ସମ୍ପଦ ରହିଛି
ଗ୍ରୀନଲାଣ୍ଡ କିଣିବାକୁ ମୋଟ୍ ୬ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଆକଳନ କରିଛି ଆମେରିକା
ଗ୍ରୀନଲାଣ୍ଡ ଆମେରିକାର ଧମକକୁ ନେଇ ଇଉରୋପିଓ ସଂଘ ମଧ୍ୟରେ ବି ବିବାଦ ବଢିବାରେ ଲାଗିଛି
ଯଦି ଗ୍ରୀନଲାଣ୍ଡ ଏଥିରେ ରାଜି ନହୁଏ, କୂଟନୈତିକ ଚୁକ୍ତି ଏବଂ ସୈନ୍ୟବଳ ପ୍ରୟୋଗ କରିପାରେ ଆମେରିକା
ଆମେରିକାର ଏହି ଅଭିଳାଶାକୁ ନେଇ ଇଉରୋପୀୟ ନେତାମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି
ଫ୍ରାନ୍ସ, ଜର୍ମାନି, ଇଟାଲି, ପୋଲାଣ୍ଡ, ସ୍ପେନ, ବ୍ରିଟେନ ଏବଂ ଡେନମାର୍କ ଏକ ମିଳିତ ବିବୃତି ଜାରି କରିଛନ୍ତି
ଇଉରୋପୀୟ ସଂଘ କହିଛି ଗ୍ରୀନଲ୍ୟାଣ୍ଡର ଭବିଷ୍ୟତ କେବଳ ଗ୍ରୀନଲ୍ୟାଣ୍ଡ ଏବଂ ଡେନମାର୍କର ଅଧିକାରରେ ରହିଛି
ଆସନ୍ତା ସପ୍ତାହରେ ଓ୍ୱାଶିଂଟନରେ ତାଙ୍କ ଡେନିଶ୍ ସମକକ୍ଷଙ୍କ ସହିତ ଗ୍ରୀନଲ୍ୟାଣ୍ଡ ଉପରେ ଆଲୋଚନା କରିବେ
ଗ୍ରୀନଲ୍ୟାଣ୍ଡ ଋଷିଆ ଏବଂ ଚୀନ୍ ଭଳି ପ୍ରତିଦ୍ୱନ୍ଦ୍ୱୀ ଶକ୍ତିଗୁଡ଼ିକ ବିରୁଦ୍ଧରେ ଆମେରିକାର ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ
ଜାତୀୟ ସୁରକ୍ଷା ଦୃଷ୍ଟିରୁ ଆମକୁ ଗ୍ରୀନଲ୍ୟାଣ୍ଡ ଦରକାର ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/09/trump-2026-01-09-08-39-04.jpg)