କନକ ବ୍ୟୁରୋ : ଭାରତ ଉପରେ ଆମେରିକା ଲଗାଇପାରେ ୫ ଶହ ପ୍ରତିଶତ ଟାରିଫ୍ । ରୁଷରୁ ତେଲ, ଗ୍ୟାସ ଏବଂ ୟୁରାନିୟମ କିଣୁଥିବା ବିଭିନ୍ନ ଦେଶଙ୍କ ଉପରେ ୫ ଶହ ପ୍ରତିଶତ ଟାରିଫ୍ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲକୁ ଶୀଘ୍ର ଅନୁମୋଦନ କରିବାର ସମ୍ଭାବନା ରହିଛି । ଏଦିଗରେ ଜୋରଦାର ଜାରି ରହିଛି ପ୍ରକ୍ରିୟା । ଫଳରେ ଭାରତ ସମେତ ଚୀନକୁ ସିଧା ଟାର୍ଗେଟ୍ କରିଛି ଆମେରିକା । ବ୍ରାଜିଲ ସମେତ ଅନ୍ୟଦେଶ ମଧ୍ୟ ଏହାଦ୍ବାରା ପ୍ରଭାବିତ ହେବେ । ରୁଷର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଆମେରିକା ନାନା କଟକଣା ଜାରି କରୁଥିବା ବେଳେ ଟାରିଫକୁ ପ୍ରମୁଖ ଅସ୍ତ୍ର କରିଛି ।
ସେପଟେ ନିଜ ଦେଶର ସ୍ୱାର୍ଥରକ୍ଷା ପାଇଁ କାମ କରୁଥିବା ବାରମ୍ବାର କହିଆସୁଛି ଭାରତ । ଭାରତକୁ ପୋଲାଣ୍ଡ ସମର୍ଥ କରିବା ସହିତ ଦୃଢ଼ ନିଷ୍ପତ୍ତିକୁ ସ୍ଗାଗତ କରିଛି । ଆମେରିକା ସହ ସମ୍ପର୍କ ତିକ୍ତ ହେବା ପରେ ଅନ୍ୟଦେଶଙ୍କ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ବଢ଼ାଉଛି ଭାରତ ।
ଅଧିକ ପଢ଼ନ୍ତୁ---ବରଫରେ ଲାଗିଲା ଭୟଙ୍କର ନିଆଁ, ଜାଣନ୍ତୁ ମାଉଣ୍ଟ ଏଟନାରେ ଏହା କିପରି ସମ୍ଭବ ହେଲା
ଶୀଘ୍ର ୫୦୦% ଟାରିଫ୍ !
- ଆମେରିକାରେ ନୂଆ ବିଲ୍
- ରୁଷରୁ ତେଲ କିଣିବା ପାଇଁ ୫୦୦ % ଟାରିଫ୍
- ଆମେରିକା ସିନେଟର ଲିଣ୍ଡସେ ଗ୍ରାହାମ ଆଣିଛନ୍ତି ବିଲ୍
- ଖୁବଶୀଘ୍ର ଅନୁମୋଦନ କରିପାରନ୍ତି ରାଷ୍ଟ୍ରପତି ଟ୍ରମ୍ପ
- ସିଧା ଭାରତ ଓ ଚାନକୁ ଆମେରିକାର ଟାର୍ଗେଟ୍
- ରୁଷରୁ ତେଳ କିଣୁଥିବା ଅନ୍ୟଦେଶ ବି ପ୍ରଭାବିତ ହେବେ
- ରୁଷରୁ ଗ୍ୟାସ୍ ଓ ୟୁରାନିମୟ କିଣୁଥିବା ଦେଶ ପ୍ରଭାବିତ ହେବେ
- ରୁଷ୍ ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଆମେରିକା ନିଷ୍ପତ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/08/donald-trump-2026-01-08-14-56-06.jpg)