କନକ ବ୍ୟୁରୋ: ଟ୍ରମ୍ପ-ଜେଲେନସ୍କି ଭେଟ୍ଘାଟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଫ୍ଲୋରିଡ଼ାସ୍ଥିତ ଟ୍ରମ୍ପଙ୍କ ନିଜ ବାସଭବନ ‘ମାର୍-ଏ-ଲୋଗୋ’ ରେ ହୋଇଛି ସାକ୍ଷାତ ଆଲୋଚନା । ଋଷ ଓ ୟୁକ୍ରେନ ମଧ୍ୟରେ ଗତ ୪ ବର୍ଷ ହେବ ଯୁବଦ୍ଧ ଚାଲିଥିବାରୁ ଏହାକୁ ବନ୍ଦ କରି ଦୁଇ ଦେଶରେ ଶାନ୍ତି ଫେରାଇ ଆଣିବାକୁ ଚାହୁଁଛନ୍ତି ଟ୍ରମ୍ପ । ଏଥିପାଇଁ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ବିଶେଷ ଭାବେ ଆଲୋଚନା ହୋଇଛି । ତେବେ ଜେଲେନସ୍କିଙ୍କ ସହ ଆଲୋଚନା ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ଟ୍ରମ୍ପ । ବେଶ୍ କିଛି ସମୟ ଧରି ହୋଇଥିଲା ଆଲୋଚନା । ଏହାପରେ ଟ୍ରମ୍ପ ନିଜ ସୋସିଆଲ ମିଡିଆ ସାଇଟ୍ ‘ଟ୍ରୁଥ୍ ସୋସିଆଲ’ରେ ଲେଖିଛନ୍ତି ଯେ, ପୁଟିନଙ୍କ ସହ ସକାରାରାତ୍ମକ ଆଲୋଚନା ହୋଇଛି । କିନ୍ତୁ ଏହା ସାର୍ବଜନୀନ କରାଯାଇପାରିବ ନାହିଁ । ଋଷ ଓ ୟୁକେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଚତୁର୍ଥ ବର୍ଷରେ ପହଞ୍ଚିଛି । ୨୦୨୪ ମସିହା ସେପ୍ଟେମ୍ବରରେ ଟ୍ରମ୍ପ ଦୃଢୋକ୍ତି ଦେଖାଇଥିଲେ ଯେ, ସେ କ୍ଷମତାକୁ ଆସିବା ପରେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିଦେବେ । ହେଲେ ଟ୍ରମ୍ପ ଦ୍ବିତୀୟଥର ଆମେରିକା ରାଷ୍ଟ୍ରପତି ହେବାର ୧ ବର୍ଷ ବିତିବାକୁ ବସିଲାଣି, କିନ୍ତୁ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେଉନାହିଁ ।
କଲବଲ କରୁଛି ଘନ କୁହୁଡ଼ି: ଦିଲ୍ଲୀକୁ ଅରେଞ୍ଜ ଆଲର୍ଟ, ଉତ୍ତରପ୍ରଦେଶରେ ସ୍କୁଲ ବନ୍ଦ
ୟୁକ୍ରେନକୁ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ଚେତାବନୀ । ଯଦି ୟୁକ୍ରେନ ଶାନ୍ତି ଚାହେଁ ନାହିଁ, ତାହେଲେ ଋଷ୍ ସାମରିକ ଶକ୍ତି ବଳରେ ନିଜର ଲକ୍ଷ୍ୟ ହାସଲ କରିବ । ଏକ ସାମରିକ ପୋଷ୍ଟକୁ ଗସ୍ତରେ ଯାଇଥିବା ବେଳେ ପୁଟିନ ଏହି ଚେତାବନୀ ଦେଇଛନ୍ତି । ଋଷ୍-ୟୁକ୍ରେନ ସୀମାରେ ଏକ ବଫର ଜୋନ୍ ତିଆରି କାମ ଆଗକୁ ବଢ଼ୁଥିବା ଋଷ୍ ରାଷ୍ଟ୍ରପତି ସୂଚନା ଦେଇଛନ୍ତି । ଡୋନବାସ୍ ଓ ଝାପୋରଝିଆ ଅଞ୍ଚଳରେ ଋଷ୍ ସେନା ଆଗକୁ ବଢ଼ୁଥିବା ପୁଟିନ୍ ଦାବି କରିଛନ୍ତି । ନିକଟରେ ଜାପୋରଜିଆ ଅଞ୍ଚଳର ଗୁଲାଇପୋଲ ଓ ଡୋନେସ୍କ ଅଞ୍ଚଳର ଡିମିଟ୍ରୋଭକୁ ନିଜ ଅକ୍ତିଆରକୁ ନେଇଛି ଋଷ୍ ସେନା । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବା ଭିତରେ ପୁଟିନଙ୍କ ଏହି ଚେତାବନୀ ଘଟଣାକୁ ନୂଆ ମୋଡ଼ ଦେଇଛି । ଶାନ୍ତି ବୈଠକକୁ ଆସିବା ପାଇଁ ୟୁକ୍ରେନ ଉପରେ ପୁଟିନଙ୍କ ଚାପ ପ୍ରୟୋଗର କୌଶଳ ବୋଲି କୁହାଯାଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/29/05-2025-12-29-08-07-17.jpg)