କନକ ବ୍ୟୁରୋ :  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କଡ଼ା ଚେତାବନୀ ଦେଇଛନ୍ତି ।  ଯୁକ୍ରେନ ସହ ଯଦି ଶାନ୍ତି ଆଲୋଚନା ବିଫଳ ହୁଏ, ତେବେ ଏହାର ଅଞ୍ଚଳଗୁଡ଼ିକୁ ସୈନ୍ୟବଳରେ ଦଖଲ କରିବ ରୁଷିଆ। ସେନା ଅଧିକାରୀଙ୍କ ବାର୍ଷିକ ବୈଠକରେ ପୁଟିନ୍ ଏହି ବଡ଼ ଧମକ ଦେଇଛନ୍ତି । 

Advertisment

 ରୁଷ- ୟୁକ୍ରେନ ଯୁଦ୍ଧ ଏବେ ନୂଆମୋଡ଼ ନେବା ଆଶଙ୍କା ଦେଖାଦେଇଛି । ଗୋଟିଏ ପଟେ ଶାନ୍ତି ପାଇଁ ପ୍ରୟାସ ଚାଲିଥିବା ବେଳେ ଅନ୍ୟପଟେ ପରସ୍ପର ଉପରେ ମିଜାଇଲ୍ ମାଡ଼ ଜାରି ରଖିଛନ୍ତି ଦୁଇଦେଶ । ଏହାରି ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଦେଇଛନ୍ତି ବଡ଼ ଚେତାବନୀ । ଯଦି ଯୁକ୍ରେନ ସହ ଶାନ୍ତି ଆଲୋଚନା ବିଫଳ ହୁଏ, ତେବେ ଏହାର ଅଧିକୃତ ଅଞ୍ଚଳଗୁଡ଼ିକୁ ସୈନ୍ୟବଳରେ ଦଖଲ କରିବ ରୁଷିଆ।

ଅଧିକ ପଢ଼ନ୍ତୁ :  ଚର୍ଚ୍ଚାରେ  ପୁଟିନ୍‌ଙ୍କ ଚାଲି, କ’ଣ ରହିଛି ପୁଟିନ୍‌ଙ୍କ ଚାଲିର ରାଜ୍‌ ?

ପୁଟିନ୍‌ଙ୍କ କଡ଼ା ଚେତାବନୀ

  • ଶାନ୍ତି ପ୍ରୟାସ ବିଫଳ ହେଲେ ଭୂମି ଅଧିକାର କରିବୁ’
  • ଶାନ୍ତି ପ୍ରୟାସ ଫେଲ୍ ହେଲେ ସୈନ୍ୟବଳରେ ଦଖଲ
  • ଡୋନବାସ୍,  ଜାପୋରିଜିଆ, ଖେର୍ସନ୍ ଓ କ୍ରିମିଆ ଦଖଲ କରିବ ରୁଷ
  • ରୁଷସେନା ଫ୍ରଣ୍ଟଲାଇନରେ ନିୟନ୍ତ୍ରଣ କରୁଥିବା ଦାବି
  • ବଫର ଜୋନ୍ ବଢ଼ାଇବାକୁ ରୁଷର ଯୋଜନା
  • ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ ଆଲୋଚନା ଚାଲିଛି
  • ଯୁକ୍ରେନ ସୁରକ୍ଷା ଗ୍ୟାରେଣ୍ଟି ଦାବି କରୁଛି

ପଶ୍ଚିମ ଦେଶଗୁଡ଼ିକ ରୁଷିଆର କାର୍ଯ୍ୟକୁ  ଆକ୍ରମଣ ବୋଲି କହୁଛନ୍ତି  ସେନା ଅଧିକାରୀଙ୍କ ବାର୍ଷିକ ବୈଠକରେ ପୁଟିନ୍ କହିଛନ୍ତି, ଆମେ କୂଟନୈତିକ ଉପାୟରେ ସମସ୍ୟା ସମାଧାନ ଚାହୁଛୁ, କିନ୍ତୁ ଯଦି ବିପକ୍ଷ ଓ ତାଙ୍କ ବିଦେଶୀ ସମର୍ଥକମାନେ ଗୁରୁତର ଆଲୋଚନା କରିବାକୁ ଅସ୍ଵୀକାର କରନ୍ତି, ତେବେ ରୁଷ ଐତିହାସିକ ଭୂମିଗୁଡ଼ିକୁ ସୈନ୍ୟବଳରେ ମୁକ୍ତ କରିବ। ରୁଷ କ୍ରିମିଆ ସହ ଡୋନବାସ୍, ଜାପୋରିଜିଆ ଓ ଖେର୍ସନ୍ ଅଞ୍ଚଳ ଦାବି କରୁଛି। ଏହି ଚେତାବନୀ ଟ୍ରମ୍ପପ୍ରଶାସନର ଶାନ୍ତି ପ୍ରସ୍ତାବ ଆଲୋଚନା ଚାଲିଥିବା ସମୟରେ ଆସିଛି। ଯୁକ୍ରେନ ଓ ପଶ୍ଚିମ ଦେଶଗୁଡ଼ିକ ଏହାକୁ ଆକ୍ରମଣ ବୋଲି କହୁଛନ୍ତି। ଯୁଦ୍ଧ ଉତ୍ତେଜନା ବଢ଼ିଛି !