ପହଲଗାମ ଆତଙ୍କୀ ଆକ୍ରମଣର ଠିକ୍ ୧୫ ଦିନ ପରେ ଭାରତ ଶତ୍ରୁଦେଶ ପାକିସ୍ତାନଠାରୁ ପ୍ରତିଶୋଧ ନେଇସାରିଛି । ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଲୋକଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏମିତିକି ଅଧିକ ସଂଖ୍ୟାରେ ଖାଦ୍ୟ ସାମଗ୍ରୀ କିଣି ଖାଉଟି ଘରେ ଷ୍ଟକ୍ ରଖୁଛନ୍ତି । ରାସନ୍ ଦୋକାନ ଏବଂ ସପିଂ ମଲରୁ ଲୋକ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଲମ୍ବା ଲାଇନ୍ ଲଗାଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ଖାଉଟିଙ୍କୁ ଆଶ୍ବସ୍ତି କଲା ପରି ପୋଷ୍ଟ୍ କରିଛନ୍ତି ।
/kanak/media/media_files/2025/05/09/n6OpBd0lvYrGdWqVtGsS.jpg)
କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଗଚ୍ଛିତ ନକରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଦେଶ ପାଖରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀର ପର୍ଯ୍ୟାପ୍ତ ଷ୍ଟକ୍ ମହଜୁଦ ଅଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟରେ ସେ କହିଛନ୍ତି , ‘ଦେଶର କିଛି ଅଞ୍ଚଳରେ ଗୁଜବ ପ୍ରଚାର ହେଉଛି, ଯେଉଁଥିରେ ପ୍ରଭାବିତ ହୋଇ ଲୋକମାନେ ଜରୁରୀ ଖାଦ୍ୟ ପଦାର୍ଥ ଏବଂ ଦୈନନ୍ଦିନ ଆବଶ୍ୟକତା ଥିବା ଅନେକ ଜିନିଷ ଏକାଠି କରିବାରେ ଲାଗିଛନ୍ତି । ଆମ ପାଖରେ ସବୁ ଖାଦ୍ୟ ପଦାର୍ଥର ପର୍ଯ୍ୟାପ୍ତ ଭଣ୍ଡାର ରହିଛି । ଭଣ୍ଡାର ମଧ୍ୟ ଆବଶ୍ୟକତାଠାରୁ ଅଧିକ ଅଛି ଏବଂ ଖାଦ୍ୟ ପାଇଁ ଦେଶବାସୀଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ । ଏପରି ଗୁଜବରେ ଧ୍ୟାନ ଦେବା ଉଚିତ୍ ନୁହେଁ ।’