କନକ ବ୍ୟୁରୋ: ଆଟଲାଣ୍ଟିକ୍ ମହାସାଗରରେ ବଢ଼ୁଛି ଉତ୍ତେଜନା । ଋଷୀୟ ତୈଳ ଟ୍ୟାଙ୍କର ଜବତ ପରେ ଆମେରିକା ସହ ମୁହାଁମୁହିଁ ସ୍ଥିତି । ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ଏଭଳି କାର୍ଯ୍ୟକୁ ଡକାୟତି ତୁଳନା କରିବା ସହ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ ଅଭିଯୋଗ ଆଣିଲା ଋଷ । ସେପଟେ ମଝି ସମୁଦ୍ରରେ ଋଷର ଷଡ଼ଯନ୍ତ୍ର ଧରାପଡ଼ିଥିବା କହିଲା ହ୍ବାଇଟ୍ ହାଉସ୍ । ନିଜ ତେଲ ଟ୍ୟାଙ୍କର୍ ସୁରକ୍ଷା ପାଇଁ ଋଷ ଆଟଲାଣ୍ଟିକ୍ ମହାସାଗରକୁ ଯୁଦ୍ଧଜାହାଜ ପଠାଇଛି । ଏହି ସମୟରେ, ଚୀନ୍ ମଧ୍ୟ ଏହାର ନୌସେନା ବ୍ୟବହାର କରିବାକୁ ଘୋଷଣା କରିଛି । ଫଳସ୍ୱରୂପ, ଆମେରିକା, ଋଷ ଏବଂ ଚୀନ୍ ମଧ୍ୟରେ ଏକ ସାମୁଦ୍ରିକ ସଂଘର୍ଷ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । 

Advertisment

ସୁନ୍ଦରଗଡ଼ କୋଇଡ଼ାରେ ଦ୍ୱିତୀୟ ଦିନରେ ତୁଷାରପାତ: କୋରପୁଟ, କନ୍ଧମାଳରେ ବି ଅସହ୍ୟ ଶୀତ

ଆମେରିକାର ସେନା ସମୁଦ୍ର ପଥ ଦେଇ ଭେନେଜୁଏଲାରୁ ବାହାରୁଥିବା ତେଲ ଅନ୍ୟ ଟ୍ୟାଙ୍କରଗୁଡ଼ିକୁ ମଧ୍ୟ ଘେରି ରଖିଛି । ଏହି ଟ୍ୟାଙ୍କରଗୁଡ଼ିକୁ ଜବତ କରିବା ପାଇଁ ଏକ ଅଭିଯାନ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ଘୋଷଣା କରିଛି ଆମେରିକା । ଆଟଲାଣ୍ଟିକରେ ତେଲ ଟ୍ୟାଙ୍କରଗୁଡ଼ିକ ଆମେରିକା ପାଇଁ ଏକ ପ୍ରମୁଖ ଲକ୍ଷ୍ୟ ହୋଇଛି । ଭେନେଜୁଏଲାରୁ ଋଷ ଏବଂ ଚୀନ୍ ପର୍ଯ୍ୟନ୍ତ, ଆମେରିକା ସହିତ ସଂଘର୍ଷର ଆଶଙ୍କା ଦେଖାଦେଇଛି । ଆଶଙ୍କା କରାଯାଉଛି ଯେ ଚୀନର ଯୁଦ୍ଧ ଜାହାଜ ଖୁବଶୀଘ୍ର ଏହି ବଡ଼ ମିଶନରେ ସାମିଲ ହେବ । ଭେନେଜୁଏଲାର ବିଶାଳ ତୈଳ ଭଣ୍ଡାରକୁ କେନ୍ଦ୍ର କରି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ଉପୁଜିଛି ।