War Update : ପାକିସ୍ତାନ ମାନିଲା ଭାରତ କରିଛି ଏୟାର ଷ୍ଟ୍ରାଇକ୍‌, ସେପଟେ ଟ୍ରମ୍ପ କହିଲେ...

Advertisment

ଭାରତର ଅପରେସନ ସିନ୍ଦୂର ପରେ ବିଳିବିଳେଇ ଉଠିଛି ପାକିସ୍ତାନ

Updated On

ଭାରତର ଅପରେସନ ସିନ୍ଦୂର ପରେ ବିଳିବିଳେଇ ଉଠିଛି ପାକିସ୍ତାନ

ଅଦ୍ୟତନ ହୋଇଛି
Trump On India Pakistan

Trump On India Pakistan Photograph: (kanak News)

କନକ ବ୍ୟୁରୋ: ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ପ୍ରଚଣ୍ଡ ପ୍ରହାର କରିଛି ଭାରତ । ଅପରେସନ୍‌ ସିନ୍ଦୂରକୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥି କରିବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଉଭୟ ଭାରତ ଓ ପାକିସ୍ତାନ ସହ ତାଙ୍କ ସମ୍ପର୍କ ଭଲ । ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବନ୍ଦ ହେଉ । ଦୁଇ ଦେଶ ଉତ୍ତେଜନା ନବଢାଇକୁ ପରାମର୍ଶ ଦେଇଛନ୍ତି ଟ୍ରମ୍ପ । ଯଦି ଏହି ପ୍ରସଙ୍ଗରେ ସେ କିଛି କରିପାରିବେ ତେବେ କରିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।  

ଭାରତର ଅପରେସନ ସିନ୍ଦୂର ପରେ ବିଳିବିଳେଇ ଉଠିଛି ପାକିସ୍ତାନ । ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତୀୟ ସେନାର ଆକ୍ରମଣ ପରେ ଉଗ୍ର ହେଉଛି ସେହବାଜ ସରକାର । ପାକିସ୍ତାନ ସଂସଦରେ ଏୟାରଷ୍ଟ୍ରାଇକକୁ ସ୍ୱୀକାର କରିଛନ୍ତି ସେହେବାଜ ସରିଫ୍‌ । ବୁଧବାର ବିଳମ୍ୱିତ ରାତିରେ ସଂସଦରୁ ଦେଶକୁ ସମ୍ୱୋଧନ କରି ପାକ୍‌ ପ୍ରଧାନମନ୍ତ୍ରୀ ବଡ ବୟାନ ଦେଇଛନ୍ତି । କହିଛନ୍ତି, ଭାରତ ମଙ୍ଗଳବାର ରାତିରେ ଯାହା କରିଛି, ତାର ଗମ୍ଭୀର ପରିଣତ ଭୋଗିବ । ଭାରତକୁ ପ୍ରତ୍ୟେକ ରକ୍ତ ବୁନ୍ଦାର ହିସାବ ଦେବାକୁ ପଡିବ, ଏହି ବର୍ବରତା ପାଇଁ ଭାରତ ବଡ ମୂଲ୍ୟ ଦେବ ବୋଲି ଚେତାବନୀ ଦେଇଛନ୍ତି ।

ପାକିସ୍ତାନ କେମିତି ଜୋରଦାର ଜବାବ ଦିଏ, ମଙ୍ଗଳବାର ରାତିରେ ତାହା ପ୍ରମାଣିତ କରିଛୁ ବୋଲି କହିଛନ୍ତି ସରିଫ । ଏଥିସହ ଦେଶବାସୀଙ୍କୁ ସମମ୍ୱୋଧିତ କରି ସେ କହିଛନ୍ତି, ଦେଶ ପାଇଁ ଶେଷ ନିଶ୍ୱାସ ଯାଏଁ ଲଢ଼େଇ କରିବୁ । ଏୟାର ଷ୍ଟ୍ରାଇକ୍‌ ପରେ କିଛି ଘଣ୍ଟା ଭିତରେ ଭାରତୀୟ ସେନାକୁ କଡ଼ା ଜବାବ ଦେଇ ଘଉଡାଇ ଦେଇଛୁ ବୋଲି କହିଛନ୍ତି ସେହବାଜ ସରିଫ୍‌ । ଭାରତର କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୨୬ ଜଣଙ୍କ ମୃତ୍ୟୁ ଓ ୪୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ଅଛନ୍ତି । ସରିଫ ମୃତକଙ୍କୁ ସହିଦ ସମ୍ୱୋଧନ କରି ତାଙ୍କ ପରିବାର ସହ ପୂରା ପାକିସ୍ତାନ ରହିଥିବା କହିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe