କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସାଂଘାତିକ ବୟାନ । ପାକିସ୍ତାନ କରୁଛି ପରମାଣୁ ପରୀକ୍ଷଣ! ଚୀନ୍ ସହ ଅନ୍ୟ ଦେଶ ବି ପରମାଣୁ ପରୀକ୍ଷଣ କରୁଥିବା ଟ୍ରମ୍ପ ଦାବି କରିଛନ୍ତି । ଆମେରିକା-ପାକିସ୍ତାନ ସମ୍ପର୍କରେ ନୂଆ ମୋଡ଼ ନେଇ ଟ୍ରମ୍ପ କହିଛନ୍ତି, ପରମାଣୁ ଅସ୍ତ୍ରଶସ୍ତ୍ର କେବଳ ପାକିସ୍ତାନ ନୁହେଁ, ଚୀନ୍ ସମେତ ଅନ୍ୟ କିଛି ଦେଶ ମଧ୍ୟ ଗୁପ୍ତରେ ପରୀକ୍ଷଣ କରୁଛନ୍ତି । ଗତ ସପ୍ତାହରେ ଟ୍ରମ୍ପ ତୁରନ୍ତ ଆମେରିକାର ପରମାଣୁ ଅସ୍ତ୍ର ପରୀକ୍ଷଣ ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଚୀନ୍ ରାଷ୍ଟ୍ରପତି ସି.ଜିନ୍ପିଙ୍ଗ୍ଙ୍କ ସହ ତାଙ୍କର ଦକ୍ଷିଣ କୋରିଆରେ ହେବାକୁ ଥିବା ବୈଠକର ଠିକ୍ ପୂର୍ବରୁ ଆସିଥିଲା ।
କୁକୁରଙ୍କ ପାଇଁ ଆସିବ ନୂଆ ନୀତି, ୭ରେ ନୀତି ନିର୍ଦ୍ଧାରଣ କରିବେ ସୁପ୍ରିମକୋର୍ଟ
ଟ୍ରମ୍ପ୍ କହିଛନ୍ତି, ଅନ୍ୟ ଦେଶମାନେ ନିଜର ପରମାଣୁ ଶକ୍ତି ବଢ଼ାଉଥିବାରୁ ଆମେରିକା ମଧ୍ୟ ନିଜକୁ ସମକକ୍ଷ ରଖିବା ପାଇଁ ପରୀକ୍ଷଣ ପୁଣିଥରେ ଆରମ୍ଭ କରିବ । ତାଙ୍କ ମତରେ, ୩୦ ବର୍ଷରୁ ଅଧିକ ସମୟ ଧରି ଆମେରିକା ପରୀକ୍ଷଣ ବନ୍ଦ ରଖିଥିବା ବେଳେ ବର୍ତ୍ତମାନ ଏହା ଜରୁରି ହୋଇପଡ଼ିଛି । ଚୀନ୍ ଆଗାମୀ କିଛି ବର୍ଷ ମଧ୍ୟରେ ଆମେରିକାର ସମକକ୍ଷ ହେବାକୁ ଯାଉଛି ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ଦାବି କରିଛନ୍ତି, ଆମେରିକା ପାଖରେ ଅନ୍ୟ ଯେକୌଣସି ଦେଶ ତୁଳନାରେ ଅଧିକ ପରମାଣୁ ଅସ୍ତ୍ର ଅଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ ପରମାଣୁ ଅସ୍ତ୍ର ହ୍ରାସ କରିବା ବିଷୟରେ ଟ୍ରମ୍ପ ଆଲୋଚନା କରିଛନ୍ତି । ପରେ ବଡ଼ ବୟାନ ଦେଇ ଟ୍ରମ୍ପ କହିଛନ୍ତି, ଆମ ପାଖରେ ବିଶ୍ୱକୁ ୧୫୦ ଥର ଧ୍ୱଂସ କରିବା ପାଇଁ ଯଥେଷ୍ଟ ପରମାଣୁ ଅସ୍ତ୍ର ଅଛି । ଟ୍ରମ୍ପଙ୍କ ଏହି ଘୋଷଣା ଅନ୍ତର୍ଜାତୀୟ ସ୍ତରରେ ନୂଆ ଆଲୋଡ଼ନ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/03/19-2025-11-03-15-13-04.jpg)