କନକ ବ୍ୟୁରୋ: ଇରାନରେ ଫସିରହିଥିବା ଭାରତୀୟମାନେ ଦେଶକୁ ଫେରିଛନ୍ତି । ଭାରତ ସରକାରଙ୍କ ପରାମର୍ଶ ଅନୁଯାୟୀ ଇରାନରେ ଥିବା ଏକାଧିକ ଭାରତୀୟ ଆଜି ଫେରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାକାର ସ୍ଥିତି ଅତ୍ୟନ୍ତ ଜଟିଳ ଥିବା ପ୍ରକାଶ କରିଛନ୍ତି । ଇରାନରେ ସଙ୍କଟ ଜାରି ରହିଥିବାବେଳେ ଭାରତ ଏହାର ନାଗରିକଙ୍କୁ ସତର୍କ ରହିବାପାଇଁ କହିଛି । ଇରାନରୁ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି ।
ଅଷ୍ଟ୍ରେଲିଆରେ ପୁଣି ପାକିସ୍ତାନ ବେଜିତ୍ : ଧିମା ବ୍ୟାଟିଂ କରୁଥିଲେ ବାବର, ଏମିତି କହିଲେ ସ୍ମିଥ୍
ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ଭାରତ ଏହାର ନାଗରିକଙ୍କୁ ବର୍ତ୍ତମାନ ଇରାନକୁ ଯାତ୍ରା ନକରିବାପାଇଁ ପରାମର୍ଶ ଦେଇଛି ଏବଂ ଏବେ ଯେଉଁମାନେ ସେଠାରେ ଅଛନ୍ତି ସେମାନଙ୍କୁ ତୁରନ୍ତ ଦେଶ ଛାଡ଼ିଦେବାପାଇଁ କୁହାଯାଇଛି । ଜୟସ୍ବାଲ କହିଛନ୍ତି, ଇରାନରେ ଏବେ ପ୍ରାୟ ୯ ହଜାର ଭାରତୀୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ର । ଜୟସ୍ବାଲ କହିଛନ୍ତି, ନିକଟରେ ଆମେ ୨ରୁ ୩ଟି ପରାମର୍ଶାବଳୀ ଜାରି କରିଛୁ । ଭାରତରେ ଆମ ନାଗରିକଙ୍କୁ ଆମେ ଇରାନ ଯିବାପାଇଁ ବାରଣ କରିଛୁ ଏବଂ ଇରାନରେ ଥିବା ଭାରତୀୟ ନାଗରିକଙ୍କୁ ତୁରନ୍ତ ଯେକୌଣସି ଉପାୟରେ ଦେଶ ଛାଡ଼ିଦେବାପାଇଁ କହିଛୁ । ସରକାର ସ୍ଥିତି ଉପରେ ଭଲଭାବେ ନଜର ରଖିଛନ୍ତି ଏବଂ ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରତି ସରକାର ପ୍ରତିଶ୍ରୁତିବଦ୍ଧ । ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ । ଇରାନରେ ଥିବା ନାଗରିକଙ୍କୁ ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/17/iran-india-2026-01-17-08-50-42.jpg)