କନକ ବ୍ୟୁରୋ: ଦିନଥିଲା ଭାରତରେ ରାଜ୍ କରୁଥିଲେ ଇଂରେଜ୍ । ଭାରତୀୟଙ୍କୁ ଗୁଲାମ୍ ସଜେଇ କରୁଥିଲେ ଅତ୍ୟାଚାର । ଧିରେଧିରେ ଭାରତୀୟଙ୍କ ବିଶ୍ବାସ ଜିତି ଲୋକଙ୍କ ପିଠିରେ ଛୁରୀ ମାରିଥିଲେ । କିନ୍ତୁ ଏବେ ଆଉ ସେ ସମୟ ନାହିଁ । ବଦଳିଯାଇଛି ସେ ସମୟ... ଯିଏ ଦିନେ ଆମ ଦେଶର ଲୋକଙ୍କୁ ଗୁଲାମ କରି ରଖିଥିଲେ, ସେମାନେ ଆଜି ଆମକୁ ସଲାମ୍ ମାରୁଛନ୍ତି । ଆମଠାରୁ ଯୁଦ୍ଧ କୌଶଳ ଶିଖିବାକୁ ଚାହୁଁଛନ୍ତି । 

Advertisment

ଭାରତୀୟ ବାୟୁସେନାର ଦୁଇଜଣ ଶ୍ରେଷ୍ଠ ପ୍ରଶିକ୍ଷକ ଖୁବ୍ ଶୀଘ୍ର ବ୍ରିଟେନରେ ରୟାଲ ବାୟୁସେନାର ଯୁଦ୍ଧ ପାଇଲଟମାନଙ୍କୁ ତାଲିମ ଦେବେ । ଏହା ପ୍ରଥମଥର ହେବ ଯେତେବେଳେ ଭାରତୀୟ ବାୟୁସେନାର ଅଧିକାରୀମାନେ ବ୍ରିଟିଶ ବାୟୁସେନାର ପାଇଲଟମାନଙ୍କୁ ତାଲିମ ଦେବେ, ଏବଂ ତାହା ମଧ୍ୟ ସେହି ଦେଶରେ ଯେଉଁ ଦେଶରେ ଥରେ ଭାରତୀୟ ବାୟୁସେନାର ମୂଳଦୁଆ ପଡ଼ିଥିଲା ।

୨୬ ବର୍ଷର ଇତିହାସ ଦୋହରାଇବ କି ବଙ୍ଗୋପସାଗର ? ଅକ୍ଟୋବରରେ ପୁଣି ବଢ଼ିଲା ବାତ୍ୟା ଭୟ

ମିଳିଥିବା ରିପୋର୍ଟ ଆଧାରରେ, ଉଭୟ ଭାରତୀୟ ପ୍ରଶିକ୍ଷକ ବ୍ରିଟେନ୍‌ର ଉତ୍ତର ୱେଲ୍ସର ଉପକୂଳରେ ଆଙ୍ଗଲେସି ଦ୍ୱୀପରେ ଅବସ୍ଥିତ RAF ଭ୍ୟାଲିର ନମ୍ବର 4 ଫ୍ଲାଇଂ ଟ୍ରେନିଂ ସ୍କୁଲରେ ନିୟୋଜିତ ହେବେ । ଏହିଠାରେ ବ୍ରିଟେନର ପରବର୍ତ୍ତୀ ପିଢ଼ିର ଲଢ଼ୁଆ ପାଇଲଟମାନେ BAE ହକ୍ TMk-2 ଜେଟ୍ ଉପରେ ହାଇଟେକ୍ ଟ୍ରେନିଂ ପାଇବେ । ଉଭୟ ଭାରତୀୟ ପ୍ରଶିକ୍ଷକ ଆଗାମୀ ୩ବର୍ଷ ଯାଏଁ RAF ଅଧିକାରୀମାନଙ୍କୁ ଉନ୍ନତ ଲଢ଼ୁଆ ଜେଟ୍ ବିମାନ ଉଡ଼ାଇବାର ତାଲିମ ପ୍ରଦାନ କରିବେ ।

ଟ୍ରେନରଙ୍କୁ ଦରମା ଦେବ ଭାରତ
ଜଣେ ବରିଷ୍ଠ RAF ଅଧିକାରୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨୦୨୬ ପରେ ଆରମ୍ଭ ହେବ । ଭାରତୀୟ ପ୍ରଶିକ୍ଷକମାନେ ପ୍ରଥମେ ବ୍ରିଟେନରେ ଏକ ବର୍ଷ ପାଇଁ ଫ୍ୟାମିଲିୟରାଇଜେସନ୍‌ର ତାଲିମ ପାଇବେ, ଯାହା ସେମାନଙ୍କ ଅଭିଜ୍ଞତା ଉପରେ ନିର୍ଭର କରି କମ୍ ହୋଇପାରେ । ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଶିକ୍ଷକମାନଙ୍କ ଦରମା ଭାରତ ସରକାର ପ୍ରଦାନ କରିବେ, ଏବଂ ୟୁକେ ପ୍ରତିରକ୍ଷା ମନ୍ତ୍ରଣାଳୟ ସେମାନଙ୍କ ରହିବା ବ୍ୟବସ୍ଥା କରିବ ।
ଏହି ସହଯୋଗକୁ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ଉନ୍ନତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ଦେଖାଯାଉଛି । "ଏହି ପଦକ୍ଷେପ ଭାରତୀୟ ବାୟୁସେନା ସହିତ ଏକ ଦୃଢ଼ ସମ୍ପର୍କ ସ୍ଥାପନ କରିବା ଏବଂ ୟୁକେର ବ୍ୟାପକ ସାମରିକ ଓ ରାଜନୈତିକ ଉଦ୍ଦେଶ୍ୟକୁ ସମର୍ଥନ କରିବା ପାଇଁ ଏକ ରଣନୀତିର ଅଂଶ ବୋଲି କୁହାଯାଉଛି ।"

ପୁଣି କୋଟିଆରେ ଆନ୍ଧ୍ରର ମନମାନି; ବାଣ୍ଟିଲା ଡିଜିଟାଲ୍ ରାସନକାର୍ଡ, ପ୍ରଶାସନ କହିଲା ତଦନ୍ତ ଚାଲିଛି...

୩୫୦ କୋଟି ପାଉଣ୍ଡ୍‌ର ପ୍ରତିରକ୍ଷା ଚୁକ୍ତି
ଗତ ସପ୍ତାହରେ ଯେତେବେଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ମୁମ୍ବାଇ ଗସ୍ତରେ ଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚୁକ୍ତିନାମା ଘୋଷଣା କରିଥିଲେ । ଦୁଇ ଦେଶ ମଧ୍ୟରେ ୩୫୦ କୋଟି ପାଉଣ୍ଡର ପ୍ରତିରକ୍ଷା ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଥିଲା, ଯାହା ଅଧୀନରେ ବ୍ରିଟେନ ଭାରତକୁ ହାଲୁକା ମଲ୍ଟିରୋଲ ମିସାଇଲ ସିଷ୍ଟମ ଯୋଗାଇବ ।

ଏବେ ଭାରତୀୟ ବାୟୁସେନା ଚୀନ୍‌କୁ ପଛରେ ପକାଇ ତୃତୀୟ ସ୍ଥାନରେ ରହିଛି । ଆଗାମୀ ଦିନରେ ଆହୁରି ଶକ୍ତିଶାଳି ହେବାକୁ ଚେଷ୍ଟା ଜାରି ରଖିଛି । ଆଉ ଅଷ୍ଟମ ସ୍ଥାନରେ ଥିବା ବ୍ରିଟେନ୍ ଏୟାରଫୋର୍ସ ଭରତଠୁ ଟ୍ରେନିଂ ନେଇ ନିଜର ଯୁଦ୍ଧ କୌଶଳକୁ ମଜଭୂତ କରିବାକୁ ଚେଷ୍ଟା କରୁଛି ।