ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି : ଏଣିକି ଆତଙ୍କୀ କାର୍ଯ୍ୟ କଲେ ଯୁଦ୍ଧ

ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭବିଷ୍ୟତରେ ଯଦି କୌଣସି ଆତଙ୍କୀ ଘଟଣା ଘଟୁଛି ତା’ହେଲେ ତାହାକୁ ଆକ୍ଟ ଅଫ୍ ୱାର ଅର୍ଥ ଯୁଦ୍ଧ ବୋଲି ମନେ କରାଯିବ ।

war Update

war Update Photograph: (Kanak News)

ଭାରତ – ପାକିସ୍ତାନ ଭିତରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭବିଷ୍ୟତରେ ଯଦି କୌଣସି ଆତଙ୍କୀ ଘଟଣା ଘଟୁଛି ତା’ହେଲେ ତାହାକୁ ଆକ୍ଟ ଅଫ୍ ୱାର ଅର୍ଥ ଯୁଦ୍ଧ ବୋଲି ମନେ କରାଯିବ । ଏଭଳି ସ୍ଥିତିରେ ପାକିସ୍ତାନ ଦ୍ବାରା ପ୍ରାୟୋଜିତ ଆତଙ୍କବାଦ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିଶ୍ଚୟ କରିସାରିଛି ଭାରତ । ଯଦି ପାକିସ୍ତାନ ପାଳୁଥିବା ଆତଙ୍କୀଙ୍କ ତରଫରୁ କୌଣସି ଆକ୍ରମଣ ହୁଏ  ତେବେ ଭାରତ ଏହାକୁ ପାକିସ୍ତାନ ସରକାର ଏବଂ ସେନା ପକ୍ଷରୁ ଯୁଦ୍ଧ ବୋଲି ମାନିବ ।

war
war Photograph: (google)

ପହଲଗାମ୍ ଆତଙ୍କୀ ଆକ୍ରମଣରେ ୨୬ ଜଣ ହିନ୍ଦୁଙ୍କ ନରସଂହାର ଘଟଣା ପରେ ଭାରତ ସରକାର ନିଜ ନୀତିରେ ବଡ଼ ପରିବର୍ତ୍ତନ କରିଛନ୍ତି । ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଆତଙ୍କୀଙ୍କ ୯ ଠିକଣାକୁ ଉଡ଼ାଇ ଦେଇଥିଲେ । ଯେଉଁଥିରେ ଅନେକ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିଲା । ଭାରତର ଏହି ଉତ୍ତରରେ ବିଳିବିଳେଇ ଯାଇଛି ଆତଙ୍କୀସ୍ତାନ ଏବଂ ବାରମ୍ବାର ଭାରତରେ ସେନା ଠିକଣା ଓ ଅନ୍ୟ ଜାଗାରେ ମିସାଇଲ୍ ମାଡ଼ କରିବାକୁ ଚେଷ୍ଟା କରୁଛି । କିନ୍ତୁ ଭାରତର ରକ୍ଷାକବଚ ପାକିସ୍ତାନର ସବୁ ମିସାଇଲକୁ ଫୁସ୍ କରିଦେଉଛି । LOC ରେ ବି ପ୍ରବଳ ଗୁଳିବର୍ଷା କରୁଛି ଆତଙ୍କୀସ୍ତାନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe