ଋଷ-ୟୁକ୍ରେନ ଯୁଦ୍ଧଭୂମିରୁ ଆସିଲା ସାଂଘାତିକ ତଥ୍ୟ: ଭାରତୀୟ ଛାତ୍ରଙ୍କୁ ଲଢ଼େଇରେ ଜବରଦସ୍ତ କରାଯାଉଛି ସାମିଲ

Advertisment

ଗୁଜରାଟର ମୋରବି ଜିଲ୍ଲାର ୨୩ ବର୍ଷୀୟ ଯୁବକ ସାହିଲ ମହମ୍ମଦ ହୁସେନ୍ ଋଷିଆ-ୟୁକ୍ରେନ୍ ଯୁଦ୍ଧରେ ଫସିଯାଇଛନ୍ତି । ପଢ଼ିବା ପାଇଁ ୨୦୨୪ରେ ଋଷିଆ ଯାଇଥିବା ସାହିଲଙ୍କୁ ନକଲି ଡ୍ରଗ୍ସ ମାମଲାରେ ଫସାଇ ଋଷ୍ ସେନାରେ ବାଧ୍ୟତାମୂଳକ ଭାବେ ଭର୍ତ୍ତି କରାଯାଇଥିଲା । ୧୫ ଦିନ ଟ୍ରେନିଂ ପରେ ତାଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଇ ଦିଆଯାଇଥିଲା ।

ଗୁଜରାଟର ମୋରବି ଜିଲ୍ଲାର ୨୩ ବର୍ଷୀୟ ଯୁବକ ସାହିଲ ମହମ୍ମଦ ହୁସେନ୍ ଋଷିଆ-ୟୁକ୍ରେନ୍ ଯୁଦ୍ଧରେ ଫସିଯାଇଛନ୍ତି । ପଢ଼ିବା ପାଇଁ ୨୦୨୪ରେ ଋଷିଆ ଯାଇଥିବା ସାହିଲଙ୍କୁ ନକଲି ଡ୍ରଗ୍ସ ମାମଲାରେ ଫସାଇ ଋଷ୍ ସେନାରେ ବାଧ୍ୟତାମୂଳକ ଭାବେ ଭର୍ତ୍ତି କରାଯାଇଥିଲା । ୧୫ ଦିନ ଟ୍ରେନିଂ ପରେ ତାଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଇ ଦିଆଯାଇଥିଲା ।

high

Russia Photograph: (Kanak News)

କନକ ବ୍ୟୁରୋ: ଗୁଜରାଟର ମୋରବି ଜିଲ୍ଲାର ୨୩ ବର୍ଷୀୟ ଯୁବକ ସାହିଲ ମହମ୍ମଦ ହୁସେନ୍ ଋଷିଆ-ୟୁକ୍ରେନ୍ ଯୁଦ୍ଧରେ ଫସିଯାଇଛନ୍ତି । ପଢ଼ିବା ପାଇଁ ୨୦୨୪ରେ ଋଷିଆ ଯାଇଥିବା ସାହିଲଙ୍କୁ ନକଲି ଡ୍ରଗ୍ସ ମାମଲାରେ ଫସାଇ ଋଷ୍ ସେନାରେ ବାଧ୍ୟତାମୂଳକ ଭାବେ ଭର୍ତ୍ତି କରାଯାଇଥିଲା । ୧୫ ଦିନ ଟ୍ରେନିଂ ପରେ ତାଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଇ ଦିଆଯାଇଥିଲା । ଫ୍ରଣ୍ଟଲାଇନରେ ପହଞ୍ଚି ସାହିଲ ତୁରନ୍ତ ୟୁକ୍ରେନ୍ ସେନା ଆଗରେ ଆତ୍ମସମର୍ପଣ କରିଛନ୍ତି । ଏବେ ୟୁକ୍ରେନ୍ ହେପାଜତରେ ଥାଇ ସାହିଲ ଏକ ଭିଡିଓ ଜାରି କରି ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉଦ୍ଧାର ପାଇଁ ଅପିଲ୍ କରିଛନ୍ତି । ସେ ଯୁବକମାନଙ୍କୁ ଋଷିଆକୁ ଯାଇ ସେନାରେ ଯୋଗ ନଦେବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ଏହି ଘଟଣାରେ ଋଷିଆ ସହ ଆଲୋଚନା ଜାରି ରଖିଛନ୍ତି । ତେବେ ଭାରତ ସରକାରଙ୍କ ସର୍ବଶେଷ ତଥ୍ୟ ଅନୁଯାୟୀ, ୨୦୨୨ଠାରୁ ମୋଟ୍ ୨୦୨ ଜଣ ଭାରତୀୟ ନାଗରିକ ଧୋକାରେ ବା ବାଧ୍ୟତାମୂଳକ ଭାବେ ଋଷିଆ ସେନାରେ ଭର୍ତ୍ତି ହୋଇଛନ୍ତି । ଏଥିରୁ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ୭ ଜଣ ନିଖୋଜ ଅଛନ୍ତି ଏବଂ ଏବେ ମଧ୍ୟ ୫୦ ଜଣ ଫସି ରହିଛନ୍ତି । ଅନେକ ଛାତ୍ର ଷ୍ଟୁଡେଣ୍ଟ ଭିସାରେ ଯାଇ ଏହି ଫାଶରେ ପଡ଼ିଛନ୍ତି ।

‘ସରକାର ଆଇନଶୃଙ୍ଖଳା ରକ୍ଷାରେ ଅକ୍ଷମ’: ବାଂଲାଦେଶ ସରକାରଙ୍କୁ କଡ଼ା ନିନ୍ଦା କଲେ ଶେଖ୍ ହସିନା

ପାଠ ପଢ଼ିବାକୁ ଯାଇ ଫସିଗଲେ
ଋଷ ସେନାରେ ଭାରତୀୟ ଛାତ୍ର
ଜୀବନ ବଞ୍ଚାଇବାକୁ ମୋଦୀଙ୍କୁ କଲେ ଅନୁରୋଧ
ଗୁଜରାଟର ସାହିଲ ମହମ୍ମଦ ହୁସେନ୍ ପଢ଼ିବାକୁ ଋଷିଆ ଯାଇଥିଲେ
ନକଲି ଡ୍ରଗ୍ସ ମାମଲାରେ ଫସି ସେନାରେ ଯୋଗଦେବାକୁ ବାଧ୍ୟ ହେଲେ
ମାତ୍ର ୧୫ ଦିନ ଟ୍ରେନିଂ ପରେ ୟୁକ୍ରେନ୍ ସହ ଲଢ଼ିବାକୁ  ତାଙ୍କୁ ପଠାଯାଇଥିଲା
ଯୁଦ୍ଧ କ୍ଷେତ୍ରରେ ପହଞ୍ଚି ତୁରନ୍ତ ୟୁକ୍ରେନ୍ ସେନା ଆଗରେ ଆତ୍ମସମର୍ପଣ କଲେ
ଭିଡିଓରେ ଉଦ୍ଧାର ସରକାରଙ୍କୁ ଉଦ୍ଧାର ପାଇଁ କରିଛନ୍ତି ଅପିଲ୍
ଯୁବକମାନଙ୍କୁ ଋଷିଆ ସେନାରେ ଲଢିବାକୁ ନଯିବାକୁ  ପରାମର୍ଶ
ଭାରତ ସରକାର ଋଷିଆ ସହ ଉଦ୍ଧାର ପାଇଁ ଆଲୋଚନା କରୁଛନ୍ତି
ଏପର୍ଯ୍ୟନ୍ତ ୨୦୨ ଜଣ ଭାରତୀୟ ଋଷିଆ ସେନାରେ ଭର୍ତ୍ତି ହୋଇଥିବା ସୂଚନା
ଏଥିରୁ ୨୬ ଜଣଙ୍କ ମୃତ୍ୟୁ, ୭ ନିଖୋଜ ଥିବା ସୂଚନା
ଏବେ ମଧ୍ୟ ୫୦ ଜଣ ଭାରତୀୟ ଋଷିଆ ସେନାରେ ଫସି ରହିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe