କନକ ବ୍ୟୁରୋ : ୟୁକ୍ରେନ ସୈନ୍ୟଙ୍କ ଆଗରେ ଆତ୍ମସମର୍ପଣ କଲେ ଭାରତୀୟ ଯୁବକ । ପଢ଼ିବା ପାଇଁ ଯାଇଥିଲେ ଋଷିଆ । କିନ୍ତୁ ସୈନ୍ୟ ବାହିନୀରେ ହେଲେ ସାମିଲ । ବର୍ତ୍ତମାନ ୟୁକ୍ରେନ ସାମ୍ନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ଭାରତୀୟ ଯୁବକ ଜଣକ ହେଲେ ୨୨ ବର୍ଷୀୟ ମାଜୋଟି ସାହିଲ୍ ମହମ୍ମଦ୍ ହୁସେନ୍ । ସେ ଗୁଜୁରାଟ୍ର ବାସିନ୍ଦା । ପଢ଼ିବା ପାଇଁ ଋଷିଆ ଯାଇଥିଲେ । ତେବେ ତାଙ୍କର ଅନିଚ୍ଛା ସତ୍ତ୍ବେ ସେ ଋଷିଆ ସୈନ୍ୟ ବାହିନୀରେ ଗତ ଅକ୍ଟୋବର ୧ ତାରିଖରେ ଯୋଗ ଦେଇଥିଲେ । ଏହାର ମାତ୍ର ୩ ଦିନ ପରେ ସେ ୟୁକ୍ରେନ ସାମ୍ନାରେ ଆତ୍ମସମର୍ପଣ କରିଥିଲେ ।
ହୁସେନ୍ ପଢ଼ିବା ପାଇଁ ଋଷିଆ ଯାଇଥିଲେ । ତେବେ ପରେ ସେ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଯାଇଥିଲେ । ଏଥିରେ ତାଙ୍କୁ ୭ ବର୍ଷ କାରା ଦଣ୍ତାଦେଶ ହୋଇଥିଲା । ଜେଲ୍ରୁ ବର୍ତ୍ତିବା ପାଇଁ ସେ ‘ସ୍ପେସାଲ୍ ମିଲିଟାରୀ ଅପରେସନ୍’ ରେ ଚୁକ୍ତି କରିଥିଲେ । ମାତ୍ର ୧୬ ଦିନର ପ୍ରାଥମିକ ତାଲିମ ପରେ ତାଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହା ସହ ଉଦ୍ଧାର ପାଇଁ ସେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ।
ୟୁକ୍ରେନ ଆଗରେ ଭାରତୀୟ ଯୁବକଙ୍କ ଆତ୍ମସମର୍ପଣ
ଋଷ ତରଫରୁ ଲଢ଼ୁଥିଲେ ଯୁଦ୍ଧ
ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଅନୁରୋଧ