କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧର ରେକର୍ଡ ଭାଙ୍ଗିଲା ଭାରତ ଦୀପାବଳି ଉତ୍ସବ । ବିପୁଳ ପରିମାଣର ବାରୁଦ ବ୍ୟବହାରରେ ରେକର୍ଡ । ଚଳିତବର୍ଷ ଦୀପାବଳି ରାତିରେ ଭାରତରେ ପ୍ରାୟ ୬୨,୦୦୦ ଟନ୍ ବିସ୍ଫୋରକ ପଦାର୍ଥର ବ୍ୟବହାର ହୋଇଛି । ଏହା ଏକ ଅବିଶ୍ୱସନୀୟ ପରିମାଣ, ଯାହା ଋଷ-ୟୁକ୍ରେନ୍ ଯୁଦ୍ଧରେ ତିନି ଦିନର ବୋମ୍ବାର୍ଡ ମେଣ୍ଟର ସହ ସମାନ । ଏନର୍ଜି ଆଣ୍ଡ୍ କ୍ଲାଇମାଟ୍ ଇଣ୍ଟେଲିଜେନ୍ସ୍ ୟୁନିଟ୍ , ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ୍ ଏବଂ ଦି ଏନର୍ଜି ଆଣ୍ଡ୍ ରିସୋର୍ସେସ୍ ଇଷ୍ଟିଚ୍ୟୁଟ୍ ର ତଥ୍ୟ ଅନୁସାରେ, ଦେଶର ୧୨ଟି ପ୍ରଧାନ ସହରରେ ବିପୁଳ ପରିମାଣର ଆତଶବାଜୀ ହୋଇଛି । ଏହି ବିସ୍ଫୋରକର ପରିମାଣ ଋଷ-ୟୁକ୍ରେନ୍ ଯୁଦ୍ଧରେ ଦୈନିକ ୨୦,୦୦୦-୨୧,୦୦୦ ଟନ୍ ବିସ୍ଫୋରକର ୭୨ ଘଣ୍ଟାର ବ୍ୟବହାର ସହ ସହ ସମାନ । ଷ୍ଟକ୍ହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ ଇଷ୍ଟିଚ୍ୟୁଟ୍ ଏବଂ ରୋୟାଲ୍ ୟୁନାଇଟେଡ୍ ସର୍ଭିସେସ୍ ଇଷ୍ଟିଚ୍ୟୁଟର ରିପୋର୍ଟ୍ ଅନୁସାରେ, ଏହା ଯୁଦ୍ଧର ଏକ ଦିନର ବିସ୍ଫୋରକର ୨୯୫% ଅଧିକ । ଏହି ଅତଶବାଜୀରୁ ୪.୨ ଲକ୍ଷ ଟନ୍ କାର୍ବନ୍ ଡାଇଅକ୍ସାଇଡ୍  ବାୟୁମଣ୍ଡଳରେ ମୁକ୍ତ ହୋଇଛି, ଯାହା ଯୁଦ୍ଧର ଦୈନିକ ନିର୍ଗମନର ୨.୨ ଗୁଣ।ପରିବେଶ ଉପରେ ଏହାର ପ୍ରଭାବ ଭୟଙ୍କର ପଡ଼ିପାରେ ବୋଲି ଅନୁମାନ କରାଯାଉଛି  । 

Advertisment

ହତ୍ୟା, ବାକିଖାତାରେ ୪୦ ଲକ୍ଷ : ୧୦ଲକ୍ଷ ଆଡଭାନ୍ସ ନେଇଥିଲେ ସାର୍ପ ସୁଟର

ଋଷ-ୟୁକ୍ରେନ ଯୁଦ୍ଧ ରେକର୍ଡ ଭାଙ୍ଗିଲା ଭାରତ
ଦୀପାବଳିରେ ଫୁଟିଲା ୬୨,୦୦୦ ଟନ୍ ବାରୁଦ
ଇସିଆଇୟୁ, ସିପିସିବି ଏବଂ ଟିଇଆରଆଇର ସର୍ଭେ
ଦିଲ୍ଲୀ-ଏନ୍‌ସିଆର୍, ମୁମ୍ବାଇ, ଚେନ୍ନାଇ, ଜୟପୁର ସହ ୧୨ ସହରରେ ରେକର୍ଡ
ଋଷ-ୟୁକ୍ରେନ୍ ଯୁଦ୍ଧର ୩ ଦିନର ବାରୁଦ ଉଡ଼ାଇଦେଲେ ଗୋଟିଏ ରାତିରେ
ଦୈନିକ ଯୁଦ୍ଧରେ ବାରୁଦ ବ୍ୟବହାର: ୨୦,୦୦୦-୨୧,୦୦୦ ଟନ୍
ଦୀପାବଳିରେ ଏହା ୨୯୫% ଅଧିକ ବ୍ୟବହୃତ ହୋଇଛି
ଏହି ବାରୁଦ ପରିମାଣରୁ ୪.୨ ଲକ୍ଷ ଟନ୍ କାର୍ବନ୍ ଡାଇଅକ୍ସାଇଡ୍ ନିର୍ଗତ ହୋଇଛି