କନକ ବ୍ୟୁରୋ : ପୀତବାସଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ୫୦ ଲକ୍ଷର ଡିଲ୍ । ବିହାରରୁ ଆସିଥିଲେ ସାର୍ପ ସୁଟର । ପୂରା ଫିଲ୍ମ ଷ୍ଟାଇଲରେ ହତ୍ୟା ପାଇଁ ହୋଇଥିଲା ଯୋଜନା । ଯେମିତି କୌଣସି ଫିଲ୍ମରେ ଜଣଙ୍କୁ ମାରିବା ପାଇଁ ସାର୍ପସୁଟରଙ୍କୁ ଡକାଯାଏ ଏବଂ ମାରିବା ପାଇଁ ଡିଲ୍ କରାଯାଏ ସେମିତି ପୀତବାସଙ୍କୁ ମାରିବା ପାଇଁ ହୋଇଥିଲା ଡିଲ୍ । ପ୍ରଥମେ ହତ୍ୟାକାରୀଙ୍କୁ ୧୦ଲକ୍ଷ ଟଙ୍କା ଦିଆଯାଇଥିଲା । ହତ୍ୟା ପରେ ଆଉ ୪୦ ଲକ୍ଷ ଟଙ୍କା ଦେବା ପାଇଁ ଡିଲ୍ ହୋଇଥିଲା । ଏହି ଆଧାରରେ ବିହାରରୁ ଓଡ଼ିଶା ଆସିଥିଲେ ସାର୍ପ ସୁଟର ।
ପୀତବାସଙ୍କୁ ହତ୍ୟା ପାଇଁ ହୋଇଥିଲା ୫୦ଲକ୍ଷର ଡିଲ୍, ସମସ୍ତ ଅପରାଧୀ ବିକ୍ରମ ପଣ୍ଡାଙ୍କ ସହଯୋଗୀ
ପ୍ରଥମେ ପୀତବାସଙ୍କୁ ହତ୍ୟା କରିବା ପାଇଁ ୩ଥର ଯୋଜନା କରାଯାଇଥିଲା । କିନ୍ତୁ ଯୋଜନା ଫେଲ୍ ମାରିଥିଲା । ପରେ ପୁଣି ପୀତବାସଙ୍କୁ ହତ୍ୟା କରିବା ପାଇଁ ମାଷ୍ଟରପ୍ଲାନ୍ ବନାଯାଇଥିଲା । ହତ୍ୟା ପୂର୍ବରୁ କିଛି ଦିନ ପୀତବାସଙ୍କୁ ରେକି କରିଥିଲେ ହତ୍ୟାକାରି । ଗାଡ଼ିରେ ଲଗାତାର ପିଛା କରିବା ସହ ପୀତବାସଙ୍କ ଗତିବିଧି ଉପରେ ପୂରା ନଜର ରଖିଥିଲେ । ଆଉ ସୁଯୋଗକୁ ଅପେକ୍ଷା କରିଥିଲେ । ଯେଉଁଦିନ ପୀତବାସଙ୍କୁ ହତ୍ୟା କରାଗଲା ସେହିଦିନ, ନୂଆ ପୋଷାକ ପିନ୍ଧି ପୀତବାସଙ୍କ ସାମ୍ନାକୁ ଆସିଥିଲେ ହତ୍ୟାକାରୀ । ନମସ୍କାର ପକାଇ ପୀତବାସଙ୍କୁ ଗୁଳିକରି ହତ୍ୟା କରିଥିଲେ । ବର୍ତ୍ତମାନ ପୁଲିସ ତଦନ୍ତ କରି ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି । ଏହି ମାମଲାରେ ବିକ୍ରମ ପଣ୍ଡାଙ୍କୁ ମିଶାଇ ୧୨ଜଣଙ୍କୁ ଗିରଫ କରିଥି ପୁଲିସ ।