ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬.୫ ପ୍ରତିଶତ ମତଦାନ : ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଲା ସୂଚନା

55

କନକ ବ୍ୟୁରୋ : ଓଡ଼ିଶାରେ ସକାଳ ୯ ଟା ସୁଦ୍ଧା ୬.୫ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଲା ସୂଚନା । ଏବେ ଭୋଟିଂ ଜାରି ରହିଛି । ଆଗକୁ ଭୋଟିଂ ପ୍ରତିଶତ ବଢ଼ିବ । ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପଡ଼ୁଛି ଭୋଟ୍ । ଆଜି ଦ୍ୱିତୀୟ ପର୍ଯ୍ୟାୟମତଦାନ ପ୍ରକ୍ରିୟାରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା କ୍ଷେତ୍ରରେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଆଳରେ ଏଭଳି ଏକ ବଡ଼ ନିଷ୍ପତ୍ତି ନେବେ ମତଦାତା । ଆଜି ଏସବୁ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ୨୭୯ ପ୍ରାର୍ଥୀଙ୍କ କପାଳ ଲେଖାଯିବ ।

ମିଳିଥିବା ସୂଚନା ଅନୁସାରେ, ଲୋକସଭାରେ ୩୫ ଓ ବିଧାନସଭାରେ ଲଢୁଥିବା ୨୪୪ ପ୍ରାର୍ଥୀଙ୍କ ଭାଗ୍ୟ ୯୧୧୭ଟି ବୁଥରେ ନିର୍ଣ୍ଣୟ ହେବ। ୭୬ଲକ୍ଷ ୯୩ହଜାର ୧୨୩ଜଣ ମତଦାତା ଏହି ପ୍ରକ୍ରିୟାରେ ଭାଗ ନେବେ। ଏମାନଙ୍କ ମଧ୍ୟରେ ୩୯,୪୫,୦୨୫ଜଣ ପୁରୁଷ, ୩୭ଲକ୍ଷ ୪୭ହଜାର ୪୯୩ଜଣ ମହିଳା ଏବଂ ୬୦୫ଜଣ ତୃତୀୟ ଲିଙ୍ଗ ଭୋଟ୍ ଦେବେ। ୭ଲକ୍ଷ ୯୯ ହଜାର ୯୯୯ ଜଣ ନୂଆ େଭାଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ।