କନକ ବ୍ୟୁରୋର : ଏଥର ବିଳମ୍ବ ହେବ ଭୋଟ୍ ଗଣତି । ବିଳମ୍ବରେ ଆସିପାରେ ଫଳାଫଳ । କାରଣ, ପ୍ରଥମଥର ପାଇଁ ରାଜ୍ୟରେ ଭିଭିପାଟ୍ ବ୍ୟବହାର କରାଯାଇଛି । ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯେ କୌଣସି ୫ଟି ବୁଥର ଭିଭିପାଟକୁ ପର୍ଯ୍ୟାୟ କ୍ରମେ ଗଣତି କରାଯିବ । ଯାହା ଗଣତି ପ୍ରକ୍ରିୟାକୁ ବିଳମ୍ବ କରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଚନା ଦେଇଛନ୍ତି । ବିଳମ୍ବରେ ଭୋଟଗଣତି ଯୋଗୁଁ ଫଳାଫଳ ଆସୁ ଆସୁ ୨୩ ତାରିଖ ମଧ୍ୟରାତ୍ରି କିମ୍ବା ରାତି ପାହିଯାଇପାରେ ।
ଇଭିଏମରେ ସଙ୍ଗେ ସଙ୍ଗେ ଆସିଯିବ ଫଳାଫଳ । ତେବେ ଭିଭିପାଟ୍, ଗଣତି ପ୍ରକ୍ରିୟାକୁ ଆହୁରି ବିଳମ୍ବ କରିବ । କାରଣ ଗୋଟିଏ ପରେ ଗୋଟିଏ ବୁଥର ଭିଭିପାଟ ସ୍ଲିପ୍ ଗଣତି କରାଯିବ । ପ୍ରଥମଟିର ଗଣତି ଶେଷ ହେବା ପରେ ତାକୁ ଷ୍ଟ୍ରଙ୍ଗରୁମରେ ରଖାଯିବ, ଏହାପରେ ଆଉ ଗୋଟିଏ ଭିଭିପାଟକୁ ମେଳ କରାଯିବ ।
ଦୁଇ ଦିନ ଧରି ରିଟର୍ଣ୍ଣିଂ ଅଫିସର ଏବଂ ଜିଲ୍ଲାପାଳଙ୍କୁ ଗଣତି ନେଇ ପ୍ରଶିକ୍ଷଣ ଦିଆଯାଇଛି । ବୁଧବାରଠାରୁ ୨୦ ତାରିଖ ଯାଏଁ ସମସ୍ତ ୩୦ ଟି ଜିଲ୍ଲାରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ମାନେ କାଉଂଟିଂ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ଦେବେ । ୨୩ ତାରିଖରେ ଗଣତି ଥିବା ବେଳେ ସାରା ରାଜ୍ୟରେ ୬୩ ଟି ଗଣନା କେନ୍ଦ୍ର ହୋଇଛି । ବିଶେଷ କରି ଗଣନା କେନ୍ଦ୍ରରେ ଭିଭିପାଟ୍ ଗଣତି ପାଇଁ ସ୍ୱତନ୍ତ୍ର ଷ୍ଟ୍ରଙ୍ଗ ରୁମରେ ବ୍ୟବସ୍ଥା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/vlcsnap-2019-05-14-18h37m16s606.png)
/kanak/media/post_attachments/wp-content/uploads/2019/05/vlcsnap-2019-05-14-18h37m06s697-300x220.png)
/kanak/media/post_attachments/wp-content/uploads/2019/05/vlcsnap-2019-05-14-18h37m32s554-300x220.png)