ଗାଁରେ ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କଲେ ଭବାନୀପାଟଣାର ଭେଜିପଦର ଗ୍ରାମବାସୀ

70

କନକ ବ୍ୟୁରୋ : ଭୋଟ୍ ବର୍ଜନ କଲେ ମତଦାତା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ଗାଁରେ ଭେଜିପଦର ଗ୍ରାମବାସୀ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ବର୍ଜନ କରିଛନ୍ତି । ମୌଳିକ ସୁବିଧା ସୁଯୋଗ ନଥିବା ଅଭିଯୋଗରେ କରି ପ୍ରାୟ ୬୦୦ ଭୋଟର ଭୋଟ୍ ବର୍ଜନ କରିଛନ୍ତି । ରାସ୍ତାଘାଟ ଠାରୁ ଗାଁକୁ କୌଣସି ସୁବିଧା ନାହିଁ । ପୂର୍ବରୁ ଅଭିଯୋଗ କରିଥିଲେ ହେଁ ଆଜିଯାଏଁ ସମସ୍ୟାର ସମାଧାନ ହୋଇପାରିନି ।

ଏଥିପାଇଁ ଲୋକଙ୍କ ପୁଞ୍ଜିଭୁତ ଅସନ୍ତୋଷ ଆଜି ଭୋଟିଂ ସମୟରେ ସ୍ପଷ୍ଟ ଦେଖାଦେଇଛି । ନିର୍ବାଚନ ସମୟରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କେବଳ ପ୍ରତିଶ୍ରୁତି ମିଳୁଛି । ହେଲେ ବର୍ଷ ପରେ ବର୍ଷ ବିତିଗଲେ ମଧ୍ୟ ଭେଜିପଦର ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ପ୍ରତିଶ୍ରୁତି କାର୍ଯ୍ୟକାରୀ ନହେବାରୁ ଏଥର ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ ।