ବଲିଉଡର ଚୁଲବୁଲି ଅଭିନେତ୍ରୀ ଜୁହି ଚାୱଲାଙ୍କର ଆଜି ଜନ୍ମଦିନ । ସେ ଆଜି ୪୯ ବର୍ଷ ବୟସରେ ପାଦ ଦେଇଛନ୍ତି । ଜୁହି ଚାୱଲା ବଲିଉଡର ଅନେକ ହିଟ୍ ସିନେମାରେ ଅଭିନୟ କର ସାରିିଛନ୍ତି ଏବଂ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଏଯାଏ କମିନି । ୧୯୮୪ ରେ ସେ ମିସ ଇଣ୍ଡିଆ ଟାଇଟଲ ଜିତିଥିଲେ ।
ତାଙ୍କର ଅଭିନୟ ଜୀବନରେ ସେ କେବଳ ହିନ୍ଦୀ ନୁହେଁ ପଞ୍ଜାବୀ , ମାଲାୟାଲମ , କନ୍ନଡ , ତାମିଲ ଓ ତେଲୁଗୁ ସିନେମାରେ ମଧ୍ୟ ଅଭିନୟ କରି ସାରିଛନ୍ତି । ଜୁହି ସିନେମାରେ ଅଭିନୟ କରିବା ବନ୍ଦ କରି ଦେଇଥିଲେ ମଧ୍ୟ ବିଭିନ୍ନ ଟିଭି ସୋରେ ସେ ଏବେ ବି ନଜର ଆସୁଛନ୍ତି । ଜୁହି ଚାୱଲା ଆଇପିଏଲ ଟିମ କୋଲକୋତା ନାଇଟ ରାଇଡରର୍ସର ମାଲିକାଣୀ ଅଟନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/unnamed-file.png)