ଇଣ୍ଡୋନେସିଆରେ ଆଗ୍ନେୟ ଉଦଗିରଣ । ମେରାପି ପାହାଡ଼ରେ ୬ କିମି ଉଚ୍ଚକୁ ଉଠିଲା ପାଉଁଶ

Advertisment
ଇଣ୍ଡୋନେସିଆରେ ଆଗ୍ନେୟ ଉଦଗିରଣ  । ମେରାପି ପାହାଡ଼ରେ ୬ କିମି ଉଚ୍ଚକୁ ଉଠିଲା ପାଉଁଶ

କନକ ବ୍ୟୁରୋ : ବିଶ୍ୱର ଅନ୍ୟତମ ସକ୍ରିୟ ଆଗ୍ନେୟଗିରି ଇଣ୍ଡୋନେସିଆର ମେରାପି ପାହାଡ଼ରେ ରବିବାର ଦୁଇଥର ଆଗ୍ନେୟ ଉଦ୍‌ଗୀରଣ ଘଟିଥିିବା ଦେଖିବାକୁ ମିଳିଛିା ଏଥିଯୋଗୁଁ ପାହାଡ଼ ଉପରୁ ୬ କିମି ଉଚ୍ଚ ଯାଏ ପାଉଁଶ ଉଠି ବିକ୍ଷିପ୍ତ ଭାବେ ଆକାଶରେ ଛାଇଯାଇଥିବା ଜଣାଯାଇଛିା ଇଣ୍ଡୋନେସିଆର ଭୂବିଜ୍ଞାନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏହି ଦୁଇଟି ଯାକ ଉଦ୍‌ଗୀରଣରେ ଦୀର୍ଘ ୭ ମିନିଟ୍ ପାଇଁ ଏପରି ଆଗ୍ନେୟ ଭସ୍ମ ନିର୍ଗତ ହୋଇଥିଲାା

ତେବେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଆଖପାଖ ଲୋକଙ୍କୁ ତିନି କିମି ଦୂର ଇଲାକାରେ ରହିବା ପାଇଁ ଏବଂ ବିମାନ ଚଳାଚଳ ସ୍ଥଗିତ ରଖିବା ପାଇଁ ପ୍ରଶାସନ ସୂଚନା ଦେଇଥିଲାା ଇଣ୍ଡୋନେସିଆର ସାଂସ୍କୃତିକ ରାଜଧାନୀ ଯୋଗ୍ୟକର୍ତ୍ତା ନିକଟରେ ଅବସ୍ଥିତ ଏହି ଆଗ୍ନେୟଗିରିରୁ ଶେଷ ଥର ପାଇଁ ୨୦୧୦ରେ ଉଦ୍‌ଗୀରଣ ସଂଘଟିତ ହୋଇଥିଲା, ଯେଉଁଥିରେ ୩୦୦ ଲୋକଙ୍କର ପ୍ରାଣହାନି ହୋଇଥିବା ବେଳେ ୨ ଲକ୍ଷ ୮୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲାା ସୂଚନା ଥାଉ କି, ପାଖାପାଖି ୧୭ ହଜାର ଦ୍ବୀପକୁ ନେଇ ଗଠିତ ଇଣ୍ଡୋନେସିଆରେ ଅଦ୍ୟାବଧି ୧୩୦ଟି ଆଗ୍ନେୟଗିରି ସକ୍ରିୟ ରହିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe