ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଭୋଡାଫୋନ ଜବରଦସ୍ତ ଅଫର ନେଇ ଆସିଛି । ଏହି ଅଫର ଭୋଡାଫୋନ୍ ଜିଓକୁ ଟକ୍କର ଦେବା ପାଇଁ ୩୯୯ଟଙ୍କାର ନୂତନ ପ୍ଲାନ୍ ଲଞ୍ଚ କରିଛି ବୋଲି ଚର୍ଚ୍ଚା ଚାଲିଛି । ଏହି ପ୍ଲାନ୍ରେ ୬ମାସ ପାଇଁ ଭୋଡାଫୋନ୍ର ୪ଜି ନେଟଓ୍ଵାର୍କରେ ୯୦ଜିବି ଡାଟା ଗ୍ରାହକଙ୍କୁ ପ୍ରଦାନ କରାଯିବ ବୋଲି ଶୁଣିବାକୁ ମିଳୁଛି ।
ରିଲାଏନ୍ସ ଜିଓ ପରେ ପରେ ଏୟାରଟେଲ ୩୯୯ଟଙ୍କାର ପ୍ଲାନ୍ ଲଞ୍ଚ କରିସାରିଛନ୍ତି । ତେବେ ଜିଓ ବ୍ୟବହାରକାରୀ ୩୯୯ ଟଙ୍କା ପ୍ଲାନ୍ରେ ପ୍ରତିଦିନ ୧ଜିବି ଡାଟାର ଲାଭ ଉଠାଉଥିଲେ । ଏହାର ବୈଧତା ପୁଣି କେବଳ ତିନିମାସ ପର୍ଯ୍ୟନ୍ତ ରହିଛି । ତେବେ ଭୋଡାଫୋନ୍ ୩୯୯ଟଙ୍କାରେ ୬ମାସ ପର୍ଯ୍ୟନ୍ତ ବୈଧତା ସହ ୯୦ଜିବି ଡାଟା ଗ୍ରାହକଙ୍କୁ ପ୍ରଦାନ କରିବାକୁ ଯାଉଛି ।
ଏୟାରଟେଲ ଏହି ଜବରଦସ୍ତ ଅଫରରେ ବ୍ୟବହାରକାରୀ ୬ମାସ ପର୍ଯ୍ୟନ୍ତ ଅସୀମିତ ଭଏସ୍ କଲର ଲାଭ ବି ବ୍ୟବହାରକାରୀ ଉଠାଇ ପାରିବେ । ଏହି ପ୍ଲାନ୍ କେବଳ ଭୋଡାଫୋନ୍ ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ରହିଛି । ଭୋଡାଫୋନ୍ ଗ୍ରାହକଙ୍କୁ ଦୀପାବଳି ଉପହାର ବାବଦରେ ଏହି ଅଫର ପ୍ରଦାନ କରୁଛି ବୋଲି କହିଛି । ଅନ୍ୟପକ୍ଷରେ ଏହି ଭୋଡାଫୋନ୍ର ଏହତ ପ୍ଲାନ୍ରେ ଏଯାବତ୍ ନଶ୍ଚିତ କରାଯାଇ ନାହିଁ, କି ଏହା ସୀମିତ କି ଅସୀମିତ ସମୟ ପର୍ଯ୍ୟନ୍ତ ଉପଲବ୍ଧ ହେବ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/vodafone-store_0f64e340-b0e2-11e7-9bc1-6ddb500cf946.jpg)