ଭୋଡାଫୋନ ଓ ଆଇଡିଆ ମଧ୍ୟରେ ମିଶ୍ରଣ : ସୃଷ୍ଟି ହେବ ଭାରତର ସବୁଠାରୁ ବଡ ମୋବାଇଲ ନେଟୱାର୍କ କଂପାନୀ

43

କନକ ବ୍ୟୁରୋ : ଟେଲିକମ ଦୁନିଆରେ ପ୍ରତିଦ୍ୱନ୍ଦୀତାକୁ ନଜରରେ ରଖି ଶେଷରେ ଭୋଡାଫୋନ ଓ ଆଇଡିଆ ମଧ୍ୟରେ ମିଶ୍ରଣ ହୋଇଛି । ମୋବାଇଲ ବଜାରରେ ତିଷ୍ଠି ରହିବାପାଇଁ ତଥା ଜିଓକୁ କଡା ଟକ୍କର ଦେବାପାଇଁ ଏହି ଦୁଇ କଂପାନୀ ମିଶିଯାଇଥିବା ଚର୍ଚ୍ଚା ହେଉଛି । କୁମାର ମଂଗଲମ ବିର୍ଲାଙ୍କ ଆଇଡିଆ ଓ ବ୍ରିଟେନ କଂପାନୀ ଭୋଡାଫୋନ ମିଶିବା ଫଳରେ ଭାରତରେ ସବୁଠାରୁ ବଡ ମୋବାଇଲ କଂପାନୀ ସୃଷ୍ଟି ହେବ ।

ଏହାଫଳରେ ଭାରତୀୟ ଟେଲିକମ ବଜାର ସର୍ବାଧିକ ରାଜସ୍ୱ ପାଇବ । ୨୦୧୮ ଶେଷ ସୁଦ୍ଧା ଏହି ମିଶ୍ରଣ ପ୍ରକ୍ରିୟା ସମାପ୍ତ ହେବ । ଏହି ଦୁଇଟିର ମିଶ୍ରଣ ପରେ ଏହି କଂପାନୀ ପାଖରେ ୪୦ କୋଟି ଗ୍ରାହକ ରହିବେ । ନୂତନ କଂପାନିରେ ଆଇଡିଆର ୨୬ ପ୍ରତିଶତ ଓ ଭୋଡାଫୋନର ୪୫ ପ୍ରତିଶତ ଅଂଶଧନ ରହିବ ।