ଅଚାନକ କୋଣାର୍କ ଗସ୍ତରେ 5T ସଚିବ : ବୁଲିଲେ ସୂର୍ଯ୍ୟ ମନ୍ଦିର ଓ ବାହାର ବେଢା, ଖୁବଶୀଘ୍ର ଆରମ୍ଭ ହୋଇପାରେ ସୌନ୍ଦର୍ଯ୍ୟକରଣ କାମ

401

କନକ ବ୍ୟୁରୋ : ଅଚାନକ କୋଣାର୍କ ଗସ୍ତରେ 5T ସଚିବ ଭି.କାର୍ତିକେୟନ ପାଣ୍ଡିଆନ । ଆଜି ଭୋର ପ୍ରାୟ ୫ଟାବେଳେ କାର୍ତିକେୟନ ପାଣ୍ଡିଆନ ସୂର୍ଯ୍ୟ ମନ୍ଦିରରେ ପହଂଚି ମନ୍ଦିର ବୁଲିବା ସହ ବାହାର ବେଢା ପରିଦର୍ଶନ କରିଥିଲେ । ପରେ ଆଓସିଏଲର ବାଖ୍ୟାନ କେନ୍ଦ୍ର ,ହସ୍ତଶିଳ୍ପ ବଜାର ଓ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ । ଏହାଛଡା କୋଣାର୍କ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ନକ୍ସା ବି ଦେଖିଥିଲେ ।

ଫାଇଭ-ଟି ସଚିବଙ୍କ ସହ ପୁରୀ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । କୋଣାର୍କ ବୁଲିସାରିବା ପରେ ଚନ୍ଦ୍ରାଭାଗା ଦେଖି ପୁରୀ ଯାଇଥିଲେ । ଫାଇଭ-ଟି ସଚିବଙ୍କ ଗସ୍ତ ପରେ କୋଣାର୍କରେ ଖୁବଶୀଘ୍ର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।