ଲୋକପ୍ରିୟ ଗାୟକ ତଥା ଅନେକ ସୁପରହିଟ ସିନେମାରେ ସଙ୍ଗୀତ ଦେଇଥିବା ବିଶାଲ ଡଡଲାନୀ ସ୍ତ୍ରୀ ପିୟାଲୀ କପୁରଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି । ବିଶାଲ ଓ ପିୟାଲୀ ବହୁତ ବର୍ଷ ହେଲା ଅଲଗା ରହୁଥିଲେ । ଏନେଇ ବିଶାଲ କହିଛନ୍ତି ଉଭୟେ ଅଲଗା ହେବା ପରେ ବହୁତ ଭଲ ବନ୍ଧୁ ହୋଇଯାଇଛନ୍ତି । ଏହାସହ ଉଭୟଙ୍କ ପରିବାର ମଧ୍ୟରେ ମଧ୍ୟ କୈାଣସି ତିକ୍ତତା ନାହିିଁ ବୋଲି ବିଶାଲ କହିଛନ୍ତି । ଏକ ୱେବସାଇଟ ସହ କଥାବାର୍ତ୍ତା ହେଲା ବେଳେ ବିଶାଲ କହିଛନ୍ତି ବହୁତ ବର୍ଷ ଧରି ଅଲଗା ରହିବାପରେ ମୁଁ ଓ ପିୟାଲୀ ଆପୋଷ ବୁଝାମଣାରେ ଏପରି ନିଷ୍ପତି ନେଇଛୁ । ଏହା ଆମର ବ୍ୟକ୍ତିଗତ ମାମଲା ଏବଂ ଏନେଇ ସର୍ବସାଧାରଣରେ ଅଧିକ କିଛି କହିବାପାଇଁ ଚାହାନ୍ତି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।
ଛାଡପତ୍ର ଆବେଦନ କଲେ ଲୋକପ୍ରିୟ ଗାୟକ ବିଶାଲ ଡଡଲାନୀ !
/kanak/media/post_attachments/wp-content/uploads/2017/01/x.jpg)