ମାରି ଦେଇଥାଆନ୍ତା ସୈତାନ ଚୀନ । ଜୀବନ ବଞ୍ଚାଇ ଆମେରିକା ପଳାୟନ କଲେ ପ୍ରମୁଖ କରୋନା ବୈଜ୍ଞାନିକ । ଜୀବନ ନେଇଥାନ୍ତା କରୋନା ରିସର୍ଚ୍ଚ । ଭାଇରସର ଭୟାବହତା ସମ୍ପର୍କରେ ଅବଗତ ଥିଲେ ସୁଦ୍ଧା ଚୁପ୍ ରହିବାକୁ ଚେତାବନୀ ଦେଇଥିଲେ ଚୀନ ସରକାର ।

813

ବିଶ୍ୱ ଦରବାରରେ ଧରାପଡ଼ିଲା ଚୀନର ସୈତାନୀ ଚାଲ୍ । ସ୍ୱାର୍ଥସାଧନ ପାଇଁ ଜୀବନ ବି ନେଇପାରେ ପଡ଼ୋଶୀ ଦେଶ । କରୋନା ଉପରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକଙ୍କୁ ମାରିଦେଇଥାଆନ୍ତା ଚୀନ । ପ୍ରାଣ ବିକଳରେ ନିଜ ଜୀବନ ବଞ୍ଚାଳ ଆମେରିକା ପଳାୟନ କଲେ ଚୀନର କରୋନା ବୈଜ୍ଞାନିକ । ସାରା ଦୁନିଆକୁ ଅନ୍ଧାରରେ ରଖିଥିବା ଚୀନ୍ ସରକାର ସତ ଲୁଚାଉଥିବା କଥା ପୁଣି ଥରେ ପ୍ରମାଣିତ ହୋଇଛି । ବିଶ୍ୱରେ ଭାଇରସ ତା’ର କରାଳ ରୂପ ଦେଖାଇବା ପୂର୍ବରୁ ଭାଇରସର ଭୟାବହତା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥିଲା ବେଜିଂ । ଚୀନର ଜଣେ ପ୍ରମୁଖ କରୋନା ବୈଜ୍ଞାନିକ ଏହାର ଖୁଲାସା କରିଛନ୍ତି । ଚୀନରେ ସଂକ୍ରମଣ ବଢ଼ିବା ପୂର୍ବରୁ ସରକାରଙ୍କୁ ଚେତାବନୀ ଦେଇସାରିଥିଲେ । ହେଲେ କରୋନାକୁ ନେଇ ରିସର୍ଚ୍ଚ କରୁଥିବା ବୈଜ୍ଞାନିକଙ୍କ ତଥ୍ୟକୁ ଗୁରୁତର ସହ ନେଇନଥିଲା ଚୀନ୍ । ଆଉ ସେହି ଗୋଟିଏ ମାତ୍ର ଭୁଲର ପରିଣାମ ସାରା ବିଶ୍ୱବାସୀଙ୍କୁ ଭୋଗିବାକୁ ପଡ଼ୁଛି । ସେତେବେଳେ କରୋନା ବୈଜ୍ଞାନିକଙ୍କ କଥା ଶୁଣିଥିଲେ ହୁଏତ ସାରା ବିଶ୍ୱ ଭାଇରସର ଜାଲରେ ଏପରି ଘାଣ୍ଟି ହୋଇନଥାନ୍ତା ।

ଚୀନର କରୋନା ବୈଜ୍ଞାନିକ ଲି ମେଙ୍ଗ୍ । ସ୍କୁଲ ଅଫ୍ ପବ୍ଲିକ ହେଲ୍ଥ ଭାଇରୋଲୋଜି ଓ ଇମ୍ୟୁନୋଲୋଜିରେ ବିଶେଷଜ୍ଞ ଭାବେ କାର୍ଯ୍ୟରତ । ଦୁନିଆର ସେହି ବୈଜ୍ଞାନିକ ମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ କରୋନା ଭାଇରସ୍ ଉପରେ ଅଧ୍ୟୟନ କରୁଥିଲେ । ଏପ୍ରିଲ ୨୦୨୦ ଶେଷ ଆଡ଼େ ମେଙ୍ଗ ୟାନ୍ କଙ୍ଗସ ଆମେରିକା ପଳାୟନ କରିଛନ୍ତି । କ୍ୟାମ୍ପସରୁ ବାହାରିବା ପୂର୍ବରୁ ଅତି ସାବଧାନତା ସହ ଗୋଡ଼ କାଢ଼ିଥିଲେ । ରିସର୍ଚ୍ଚ କରୁଥିବା ସମୟରେ ଘରକୁ ଫେରିପାରିବେ କି ନାହିଁ ସବୁବେଳେ ଚିନ୍ତା କରୁଥିଲେ । କାରଣ ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ସେ ଜାଣିପାରିଥିଲେ । ସେ ପଳାୟନ କରୁଥିବା ଜାଣିଥିଲେ ସବୁଦିନ ପାଇଁ ଜେଲ ଦଣ୍ଡ ହୋଇଥାଆନ୍ତା କିମ୍ବା ଜୀବନରୁ ମାରିଦେଇଥାନ୍ତେ ଚୀନ ସରକାର । ଲି ମେଙ୍ଗଙ୍କ ସୂଚନା ଅନୁସାରେ, ଚୀନରେ ଧୀରେ ଧୀରେ କରୋନା କାୟା ମେଲାଉଥିବା ବେଳେ, ୨୦୧୯ ଡିସେମ୍ବର ଶେଷ ଆଡ଼କୁ ଏକ୍ସପର୍ଟଙ୍କୁ କରୋନା ଉପରେ ରିସର୍ଚ୍ଚ କରିବା ପାଇଁ ମନାକରିଦେଥିଲେ ଚୀନ ସରକାର ।

ଚୀନ ସରକାର କେବଳ ବିଦେଶୀ ବୈଜ୍ଞାନିକ ନୁହେଁ, ହଂକଂର ବିଶେଷଜ୍ଞଙ୍କୁ ରିସର୍ଚ୍ଚ ସାମିଲ କରିବା ପାଇଁ ରୋକ ଲଗାଇଥିଲେ । କରୋନା ସମ୍ପର୍କରେ ଜାଣିପାରିଥିବା ବୈଜ୍ଞାନିକଙ୍କୁ ନୋଟିସ୍ ଦିଆଗଲା । ଡାକ୍ତର ଓ ଅଧ୍ୟୟନକର୍ତ୍ତାଙ୍କୁ ଖୋଲାଖୋଲି ଭାବେ ଭାଇରସ୍ ଉପରେ ଚର୍ଚ୍ଚା କରିବାକୁ ମନା କରାଗଲା । ବୁହାନର ଡାକ୍ତର ଓ ବିଶେଷଜ୍ଞ ବାଧ୍ୟ ହୋଇ ଜୀବନ ଡରରେ ଚୁପ ରହିଲେ । ଆଉ ତା’ପରେ ମଣିଷ ଠାରୁ ମଣିଷ ଡେଇଁଲା ମହାମାରୀ କରୋନା । ସଂକ୍ରମଣ ଭିତରେ ୟାନ୍ ଜୀବନ ବଞ୍ଚାେଇ ଅନ୍ୟ ଦେଶକୁ ସବୁ ଦିନ ପାଇଁ ଚାଲିଯିବାକୁ ନିଷ୍ପତ୍ତି ନେଇଥିଲେ ।