ରୁବିକ୍ସ କ୍ୟୁବର ସମାଧାନ କରିପାରନ୍ତି ନାହିଁ ବିରାଟ କୋହଲି ! ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଠାରୁ ଶିଖିବା ପାଇଁ ଚାହାନ୍ତି କୌଶଳ

29

ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ରୁବିକ୍ସ କ୍ୟୁବର ସମାଧାନ କରିପାରନ୍ତି ନାହିଁ । ଏକଥା ଆଉ କେହି ନୁହେଁ ସେ ନିଜେ ପ୍ରକାଶ କରିଛନ୍ତି । ସେ ଏହାକୁ ସମାଧାନ କରିବା ପାଇଁ କୌଶଳ ଶିଖିବା ପାଇଁ ଚାହୁଁଛନ୍ତି । ସବୁଠାରୁ ଖାସ୍ କଥା ହେଲା ବଲିଉଡ଼ର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଠାରୁ ସେ ରୁବିକ୍ସ କ୍ୟୁବ ସମାଧାନ କରିବାର କୌଶଳ ଶିଖିବା ପାଇଁ ଚାହୁଁଛନ୍ତି । ଆମୀର ଖାନ୍ ଓ ବିରାଟ କୋହଲି ସିନେମା ସିକ୍ରେଟ୍ ସୁପରଷ୍ଟାରର ପ୍ରମୋସନ ପାଇଁ ଏକ ସୋ’ରେ ଏକାଠି ନଜର ଆସିଥିଲେ ।

ସୁଟିଂ ପରେ ବିରାଟ ଟ୍ୱିଟ୍ କରି କହିଥିଲେ, ଆମୀର ଭାଇଙ୍କ ସହ ବହୁତ ଭଲ ସମୟ ବିତିଲା, ସେ ବହୁତ ନମ୍ର ସ୍ୱଭାବର । ଆଉ ଏବେ କେବଳ ତାଙ୍କ ଠାରୁ ରୁବିକ୍ସ କ୍ୟୁବ ଶିଖିବାର ଅଛି । ଏହା ବ୍ୟତୀତ ସେ କିଛି ଫଟୋ ମଧ୍ୟ ସେୟାର କରିଥିଲେ । ଆମୀର ଓ ବିରାଟ ହୋଷ୍ଟ ଅପାରଶକ୍ତି ଖୁରାନାଙ୍କ ସହ ଆମୀରଙ୍କ ସିନେମା ‘ରଙ୍ଗ ଦେ ବସନ୍ତୀ’ ଗୀତରେ ଡ୍ୟାନ୍ସ ମଧ୍ୟ କରିଥିଲେ । ଆମୀର ଖାନଙ୍କ ସିନେମା ‘ସିକ୍ରେଟ୍ ସୁପରଷ୍ଟାର’ ସଙ୍ଗୀତ ଉପରେ ଆଧାରିତ । ଏହାର ମୁଖ୍ୟ ଭୂମିକାରେ ଦବଙ୍ଗ ଫେମ୍ ଜାୟରା ବସୀମ ଅଭିନୟ କରୁଛନ୍ତି । ଏହି ସିନେମା ୧୯ ଅକ୍ଟୋବର ଦିନ ସିନେମା ଘରକୁ ଆସିବ । ଆମୀର ଶନିବାର ଦିନ ସୋ’ର ଏକ ପ୍ରମୋ ସହ ଟ୍ୱିଟ୍ କରି କହିଥିଲେ ବିରାଟଙ୍କ ସମୟ ବିତାଇ ବହୁତ ଭଲ ଲାଗିଲ । ସେ ବହୁତ ଶାନ୍ତ ସ୍ୱଭାବର ଓ ମନରୁ ବହୁତ ସଚ୍ଚା ଏବଂ ଜଣେ ଭଲ ଡାନ୍ସର ।