ଅବୁଝା ମାନବ ସମାଜ ହେଲେ ବୁଝିଲା କାଉ : ପ୍ଲାଷ୍ଟିକ ବୋତଲ ଉଠାଇ ଡଷ୍ଟବିନରେ ପକାଇଲା

355

‘ଗାଁ ପରିମଳ ଧୋବା ତୁଠରୁ’ ନ୍ୟାୟରେ ମୋଦି ସରକାର ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ଅଭିଯାନ’ । ମୋଦିଙ୍କ ପ୍ରଥମ ପାଳିରେ’ ସ୍ୱଚ୍ଛ ଭାରତ ଅଭିଯାନ’ ସମଗ୍ର ଦେଶ ତଥା ପୁରପଲ୍ଲୀ ରେ ବେଶ ଆଦୃତ ହୋଇପାରିଥିଲା । ବେଶ କିଛି ଦିନ ଖବରକାଗଜର ପୃଷ୍ଠାମଣ୍ଡନ କରିଥିଲା ‘ସ୍ୱଚ୍ଛ ଭାରତ ଅଭିଯାନ’। ରାଜନେତାଙ୍କ ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ଏପରିକି ସେଲିବ୍ରିଟି ମାନେ ମଧ୍ୟ ମିଶନ ପଛରେ ମାତିଲେ । ହେଲେ ସମୟ ଗଡ଼ିବା ସଙ୍ଗେ ସଙ୍ଗେ ଧିମେଇ ଯାଇଥିଲା ସ୍ୱଚ୍ଛ ଭାରତ ଅଭିଯାନ ।

ଦିନକୁ ଦିନ ଜନସଂଖ୍ୟା ଯେତିକି ବୃଦ୍ଧି ପାଉଛି, ପରିବେଶ ପ୍ରଦୂଷଣ ମଧ୍ୟ ବଢ଼ି ବଢ଼ି ଚାଲିଛି । ଜନବସତି ବୃଦ୍ଧି ପାଉଥିବା ହେତୁ ଚାରିଆଡ଼େ କୁଢ଼ କୁଢ଼ ମଇଳା ଜମୁଛି । ରାସ୍ତାଘାଟ ଗଳକନ୍ଦି ଯୁଆଡ଼େ ଦେଖିବ ମଇଳା ଗଦା । ସଫା କରିବା ପରିବର୍ତ୍ତେ ମଇଳା ଗଦା ହୋଇଥିବା ସ୍ଥାନରେ ମଇଳା ପାହାଡ଼ ସୃଷ୍ଟି ହୋଇଯାଉଛି । ଯେତେ ବୁଝେଇଲେ, ଯେତେ ସଚେତନ କଲେ ମଧ୍ୟ ନଛୋଡ଼ବନ୍ଧା ମାନବ ଜାତି । ଦେଶକୁ, ପରିବେଶକୁ ପ୍ରଦୂଷଣ କରିବା ପାଇଁ ଯେପରି ପ୍ରଣ କରିଛନ୍ତି । ଡଷ୍ଟବିନ୍ ଥିବା ସତ୍ୱେ ବାହାରେ ମଇଳା ଫୋପାଡ଼ିବା ଯେପରି ଧର୍ମ ହୋଇଗଲାଣି । ମାନବ ଜାତି ତ ଚେତିଲେନି, ଶେଷରେ ପଶୁପକ୍ଷୀ ସ୍ୱଚ୍ଛ ଭାରତ ଅଭିଯାନରେ ଅଗ୍ରସର ହେଉଛନ୍ତି । କାଉକୁ ଏବେ ଘାରିଛି ପରିବେଶ ଚିନ୍ତା ।

କାଉର ସ୍ୱଚ୍ଛ ଭାରତ ଅଭିଯାନ । ସଫେଇ ଚିନ୍ତାରେ କାଉ । ସୋସିଆଲ ମିଡ଼ିଆରେ ଏବେ ଏକ ଭିଡ଼ିଓ ଭାଇରାଲ୍ ହେଉଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ଭିଡ଼ିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି, କାଉଟିଏ ପ୍ଲାଷ୍ଟିକ ବୋଟଲ ଆଣି ଡଷ୍ଟବିନରେ ଫୋପାଡ଼ୁଛି । ଭିଡ଼ିଓକୁ ଏବେ ସୁଦ୍ଧା ପାଖାପାଖି ୧୩ ହଜାରରୁ ଅଧିକ ଲାଇକ୍ ମିଳିସାରିଛି ।

କାଉକୁ ବି ବୁଦ୍ଧି ଆସିଲାଣି । ପରିବେଶକୁ ସଫେଇ କରିବା ଦିଗରେ ପକ୍ଷୀଟିଏ ହୋଇ ବି ଆଗେଇ ଆସିଛି । ମଣିଷ ସମାଜକୁ କାଉର ଏହି ଭିଡ଼ିଓରୁ କିଛି ଶିଖିବା ଜରୁରୀ ।