ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଡିଏଫଓ ଆଶିଷ୍ କୁମାର : ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଚଢ଼ାଉ

Advertisment
କୋଟିପତି ବାବୁ ବ୍ରଜରାଜନଗର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ । ଦିଲ୍ଲୀପ ପଟେଲଙ୍କ ପାଖରୁ ଏଯାଏଁ ଠାବ ହେଲାଣି ୩ କୋଟି ୩୫ ଲକ୍ଷରୁ ଅଧିକ ସଂପତି

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଡିଏଫଓ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଡିଏଫଓ ଆଶିଷ୍ କୁମାର ବେହେରାଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ । ଏକକାଳଷନ ୯ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ଭିଜିଲାନ୍ସର ୯ଟି ଟିମ୍ । ଡିଏଫଓଙ୍କ ବ୍ରହ୍ମପୁର ବାସଭବନ କାର୍ଯ୍ୟାଳୟ, ବାସଭବନ, ଦିଗପହଣ୍ଡି ରେଞ୍ଜ ଅଫିସ୍‌, ଖଲ୍ଲିକୋଟ ରେଞ୍ଜ ଅଫିସ୍‌ ଓ ଭୁବନେଶ୍ୱରରେ ଥିବା ଏକ ଆପାର୍ଟମେଣ୍ଟରେ ଖୋଳତାଡ଼ ଜାରି ରହିଛି ।

ଭିଜିଲାନ୍ସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଉଛି । ସେ ବ୍ରହ୍ମପୁର ବାସଭବନରେ ନ ଥିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କ ଘର ଆଗରେ ବସି ରହିଛି । ସେପଟେ ସେ ଭୁବନେଶ୍ୱର ଚାଲି ଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe