କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଡିଏଫଓ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଡିଏଫଓ ଆଶିଷ୍ କୁମାର ବେହେରାଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ । ଏକକାଳଷନ ୯ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ଭିଜିଲାନ୍ସର ୯ଟି ଟିମ୍ । ଡିଏଫଓଙ୍କ ବ୍ରହ୍ମପୁର ବାସଭବନ କାର୍ଯ୍ୟାଳୟ, ବାସଭବନ, ଦିଗପହଣ୍ଡି ରେଞ୍ଜ ଅଫିସ୍, ଖଲ୍ଲିକୋଟ ରେଞ୍ଜ ଅଫିସ୍ ଓ ଭୁବନେଶ୍ୱରରେ ଥିବା ଏକ ଆପାର୍ଟମେଣ୍ଟରେ ଖୋଳତାଡ଼ ଜାରି ରହିଛି ।
ଭିଜିଲାନ୍ସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଉଛି । ସେ ବ୍ରହ୍ମପୁର ବାସଭବନରେ ନ ଥିବାରୁ ଭିଜିଲାନ୍ସ ଟିମ୍ ତାଙ୍କ ଘର ଆଗରେ ବସି ରହିଛି । ସେପଟେ ସେ ଭୁବନେଶ୍ୱର ଚାଲି ଯାଇଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/VIGILANCE-1.jpg)