ମାର୍କଫେଡ ସାର କଂପାନୀ ଉପରେ ଭିଜିଲାନ୍ସର ଚଢାଉ ! ଭୁବନେଶ୍ୱର ଓ ବାଲେଶ୍ୱର ଗୋଦାମରେ ରେଡ

42

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ମାର୍କଫେଡ ସାର କଂପାନୀ ଉପରେ ଭିଜିଲାନ୍ସର ଚଢାଉ । କଳ୍ପନା ଛକଠାରେ ଥିବା ମାର୍କଫେଡ କଂପାନୀର ଗୋଦାମ ଘରେ ଭିଜିଲାନ୍ସ ଚଢାଉ କରିଛି । ଆବଶ୍ୟକତା ଠାରୁ ଅଧିର ମାଲ ମହଜୁଦ ରଖିଥିବା ଅଭିଯୋଗରେ ରେଡ କରାଯାଉଥିବା ଜଣାପଡିଛି ।

ସେପଟେ ବାଲେଶ୍ୱରର ଜଳେଶ୍ୱର ସ୍ଥିତ ମାର୍କଫେଡ ଗୋଦାମରେ ମଧ୍ୟ ରେଡ ହେଉଥିବା ସୂଚନା ମିଳିଛି । ଚଢାଉ ସମୟରେ ଗୋଦାମ ଘରର ଖାତା, ଷ୍ଟକ ଓ ବିକ୍ରିର ଯାଂଚ ମଧ୍ୟ କରାଯାଉଛି । ସେହିପରି ୨ଟି ଆରଏମସି ଉପରେ ମଧ୍ୟ ଭିଜିଲାନ୍ସ ଅଧିକାରୀ ଚଢାଉ କରିଥିବା ସୂଚନା ରହିଛି ।