ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆରଏନବି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିନୋଦ ପାଢୀଙ୍କ ଘରେ ରେଡ୍, ଏକକାଳୀନର ୧୨ଟି ସ୍ଥାନରେ ଭିଜିଲାନ୍ସର ୧୨ଟି ଟିମ ଚଢାଉ

Advertisment
ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆରଏନବି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିନୋଦ ପାଢୀଙ୍କ ଘରେ ରେଡ୍, ଏକକାଳୀନର ୧୨ଟି ସ୍ଥାନରେ ଭିଜିଲାନ୍ସର ୧୨ଟି ଟିମ ଚଢାଉ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆରଏନବି ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ରୋଡ ଆଣ୍ଡ ବିଲଡିଂ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀଙ୍କ ବାସଭବନରେ ଚଢାଉ ଚାଲିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନର ୧୨ଟି ସ୍ଥାନରେ ଭିଜିଲାନ୍ସର ୧୨ଟି ଟିମ ଚଢାଉ କରୁଛନ୍ତି । ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ୍ ଜାରି ହେବା ପରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଉଥିବା ଜଣାଯାଇଛି ।

ଆଜି ସକାଳୁ ଭିଜିଲାନ୍ସର ୧୨ଟି ଟିମ୍ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢ଼ୀଙ୍କ ନାମରେ ଥିବା ଘର ଓ ସପିଂ କଂପ୍ଲେକ୍ସ୍, ଗଞ୍ଜାମରେ ଥିବା ପୈତୃକ ଘର, ବ୍ରହ୍ମପୁରରେ ଥିବା ସରକାରୀ କାର୍ଯ୍ୟାଳୟ, ଖଲିକୋଟର ଡିମିରିଆଠାରେ ଥିବା ଫାର୍ମହାଉସ୍, ହିଲପାଟଣାଠାରେ ଥିବା ବିଲ୍ଡିଂ ଏବଂ ସପିଂ କଂପ୍ଲେକ୍ସ୍, ଅମ୍ବାପୁଆ ଓ ପଙ୍କଲାପାଲିଠାରେ ନିର୍ମାଣାଧୀନ ଘର, ଜୟପ୍ରକାଶ ନଗରରେ ଥିବା ଠିକାଦାର ସଚିନ ପାଢ଼ୀଙ୍କ ଘର, ଗୋଷାଣୀ ନୂଆଗାଁଠାରେ ଥିବା ଠିକାଦାର ସୀମାଞ୍ଚଳ ପାତ୍ରଙ୍କ ଘର, ବିନୋଦ କୁମାର ପାଢ଼ୀଙ୍କ ପୁତୁରା ଅଶୋକ ପଣ୍ଡାଙ୍କ ଗୋଦାବରୀଶ ନଗରରେ ଥିବା ଘର, ଭିଆଇପି ଲେନରେ ଥିବା କ୍ୱାର୍ଟର୍, ଭୁବନେଶ୍ୱରର ନୟାପଲ୍ଲୀରେ ମେଟ୍ରୋ ରେସିଡେନସି ଥିବା ଫ୍ଲାଟରେ ଏକକାଳୀନ ଚଢ଼ାଉ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe