ଗ୍ୟାଙ୍ଗଷ୍ଟର ଟିଟୋ ସହ ସରକାରୀ ବାବୁଙ୍କ ଲିଙ୍କ ନେଇ ଭିଜିଲାନ୍ସର ଖୋଳତାଡ : କେନ୍ଦ୍ରାପଡାର ଡେରାବିଶ, ଗରଦପୁର ସମେତ ୫ଟି ଯାଗାରେ ରେଡ୍

50

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋ ସହ ସରକାରୀ ବାବୁଙ୍କ ଲିଙ୍କ ନେଇ ଭିଜିଲାନ୍ସର ଖୋଳତାଡ । ୫ଟି ଜାଗାରେ ଆଜି ଭିଜିଲାନ୍ସ ଚଢାଉ କରିଛି । କେନ୍ଦ୍ରାପଡା,ଡେରାବିଶ, ଗରଦପୁର, ଚଣ୍ଡିଖୋଲ ଓ କଟକରେ ଚଢାଉ କରାଯାଉଛି ତହସିଲ ଅଫିସ ଓ ଆରଟିଓ ଅଫିସରେ ରେଡ କରିଛି ଭିଜିଲାନ୍ସ । କେନ୍ଦ୍ରାପଡା ପୌରସଂସ୍ଥା, ଯୋଗାଣ ବିଭାଗ ଓ ସବ୍ ରେଜିଷ୍ଟ୍ରାର ଅଫିସରେ ଭିଜିଲାନ୍ସ ଚଢାଉ କରିଛି । ସେପଟେ ଟିଟୋକୁ ଟେଣ୍ଡର ଫିକ୍ସିଂ ମାମଲାରେ ରାଜନଗର କୋର୍ଟରେ ଆଜି ହାଜର କରିଛି ଏସଟିଏଫ । କେଉଁ ସରକାରୀ ବାବୁ କେତେ ପିସି ନେଇ ଟିଟୋକୁ ଅପରାଧ ସାମ୍ରାଜ୍ୟର ବାଦଶାହା ବନାଇଥିଲେ ତାର ପର୍ଦାଫାସ୍ କରିବ ଭିଜିଲାନ୍ସ ।

titto
source : News Odisha

ଏଥିପାଇଁ ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶାର୍ମା ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏବେ ବାବୁମାନଙ୍କ ଭିତରେ ଛନକା ପଶିଛି । କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ ଓ ଖୋର୍ଦ୍ଧାର ବାବୁମାନଙ୍କର ଏକ ତାଲିକା ଭିଜିଲାନ୍ସକୁ ଦେଇଛି ଏସଟିଏଫ୍ । ପୁଲିସ ବିଭାଗଠାରୁ ଆରମ୍ଭ କରି ଜଳ ସମ୍ପଦ, କୃଷି, ପୂର୍ତ, ତହସିଲ, ବ୍ଲକ୍ ଓ ରାଜସ୍ୱ ଭଳି ୧୧ଟି ବିଭାଗରେ ଟିଟୋ ଲିଙ୍କ୍ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ଏହି ସବୁ ବିଭାଗର ଅନେକ ଅଧିକାରୀ ଟିଟୋକୁ ତାର ଅପରାଧ ସାମ୍ରାଜ୍ୟ ବିସ୍ତାର କରିବାରେ ସହଯୋଗ କରିଥିଲେ । ସେପଟେ ଏହି ପ୍ରସଙ୍ଗରେ ତିନି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍ୟୁଦ୍ଧ ଆରମ୍ଭ ହୋଇଛି ।