ଶ୍ରୀଦେବୀଙ୍କ ଅଭିନୀତ ଲୋକପ୍ରିୟ ଗୀତ "ହାୱାହାୱାଇ'ରେ ନୃତ୍ୟ ପ୍ରଦର୍ଶନ କରିବେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ । ବିଦ୍ୟା ନିଜ ଆଗାମୀ ସିନେମା ‘ତୁହ୍ମାରୀ ସୁଲୁ’ ରେ "ହାୱାହାୱାଇ' ଗୀତର ରିମେକରେ ଡ୍ୟାନ୍ସ କରିବେ । ଶ୍ରୀଦେବୀଙ୍କୁ ସମ୍ମାନ ଜଣାଇବା ପାଇଁ ସିନେ ନିର୍ଦ୍ଦେଶକ ଏହି ଯୋଜନା କରିଛନ୍ତି ବୋଲି ସୂଚନା ମଳିଛି ।
ଏହି ଗୀତର ରିମେକ ପ୍ରସ୍ତୁତ କରିବେ ତନିସ୍କ ବାଗଚୀ । କେବଳ ଦୃଶ୍ୟାୟନ ନୁହେଁ ଗୀତରେ ନୂଆ ସ୍ୱର ମଧ୍ୟ ଦିଆଯିବ । ତେବେ ବିଦ୍ୟା ବାଲାନ ସହ ଅଭିନେତ୍ରୀ ନେହା ଧୂପିଆଙ୍କ ଅଭିନୟ ମଧ୍ୟ ରହିବ । ଡିସେମ୍ବର ୧ରେ ରିଲିଜ ହେବ ‘ତୁହ୍ମାରୀ ସୁଲୁ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vidya-.jpg)