ବିଧାନସଭାରେ ଜଣେ କର୍ମଚାରୀ ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ : ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରେନଟାଇନରେ ଯିବା ପାଇଁ ନିର୍ଦ୍ଦେଶ ଦେଲେ ବାଚସ୍ପତି

2,021

କନକ ବ୍ୟୁରୋ : ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏକଥା ଜଣାପଡ଼ିବା ପରେ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ ବିଧାନସଭା ବିଲଡ୍ଡିଂ ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ବର୍ତ୍ତମାନ ବିଧାନସଭାରେ ବିଧାନସଭା ନବସି, ଲୋକସଭା ଭବନରେ ତିଆରି ହୋଇଥିବା କନଫରେନ୍ସ ହଲରେ ବସିବ । କେବଳ ଏତିକି ନୁହେଁ ବିଧାୟକମାନେ ୨ ମିଟର ଲେଖାଏଁ ଦୂରତା ମଧ୍ୟରେ ବସିବା ପାଇଁ ମଧ୍ୟ କୁହାଯାଇଛି । ନେତାମାନେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାତ୍ର ୩୦ ପ୍ରତିଶତ ବିଧାୟକ ବିଧାନସଭାରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ରହିଛି ।

ସେପଟେ ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରେ ପହଁଚିଛି । ତୃତୀୟ କରୋନା ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି । ଏବେ ତୃତୀୟ କରୋନା ପଜିଟିଭ ବ୍ୟକ୍ତି କେତେ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ, ତାର ଖୋଳତାଡ କରାଯାଉଛି ।

ଅନ୍ୟପଟେ ଭୁବନେଶ୍ୱର ସ୍ଥିତ କର କ୍ଲିନିକ ନଯିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ତୃତୀୟ ଆକ୍ରାନ୍ତ ବ୍ୟକ୍ତିଙ୍କ କଂଟାକ୍ଟ ହିଷ୍ଟ୍ରି ଆଧାରରେ ଏହି ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । କ୍ଲିନିକର ଉଭୟ ବର୍ହିବିଭାଗ ଓ ଅନ୍ତବିଭାଗକୁ ରୋଗୀ ନିଯବାକୁ କୁହାଯାଇଛି । ଏହା ସହିତ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ଓ ଅନ୍ୟ ଆଟେଣ୍ଡାଡମାନଙ୍କୁ ଆଇସୋଲେସନରେ ରଖିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ କର କ୍ଲିନିକ କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।