ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା ଦେବୁ ବୋଷଙ୍କ ପରଲୋକ : ଶତାଧିକ ଫିଲ୍ମ ଓ ଧାରାବାହିକରେ ଛାଡିଯାଇଛନ୍ତି ଛାପ

Advertisment
ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା ଦେବୁ ବୋଷଙ୍କ ପରଲୋକ : ଶତାଧିକ ଫିଲ୍ମ ଓ ଧାରାବାହିକରେ ଛାଡିଯାଇଛନ୍ତି ଛାପ

କନକ ବ୍ୟୁରୋ : ପରଲୋକରେ ଓଡ଼ିଶା ସିନେ ଜଗତର ବିଶିଷ୍ଠ ଅଭିନେତା ଦେବୁ ବୋଷ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଦେବୁ ବୋଷଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା । ପ୍ରାୟ ୪ ମାସ ଧରି ସେ ସେଠାରେ ଚିକିତ୍ସିତ ଥିଲେ । ପୂର୍ବରୁ ୨ ଥର ହୃଦଘାତର  ଶିକାର ହୋଇଥିଲେ ଦେବୁ ବୋଷ । ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ଓଲିଉଡ ଓ ସିନେପ୍ରେମୀଙ୍କ ମଧ୍ୟରେ ସେ ଦେବୁ ଦା’ ଭାବରେ ପରିଚିତ ଥିଲେ । ୭୫ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ଦେବୁ ବୋଷଙ୍କ ପରଲୋକରେ ବାପ ଛେଉଁଣ୍ଡ ହୋଇଯାଇଛି ଓଡ଼ିଆ ସିନେ ଜଗତ । ଏହି ପ୍ରବୀଣ ଅଭିନେତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତର ଅପୂରଣୀୟ କ୍ଷତି ଘଟିଛି ।

publive-image

ଫିଲ୍ମ ତପସ୍ୟାରୁ ସେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଶତାଧିକ ଫିଲ୍ମ ଓ ଓଡିଆ ଧାରାବାହିକରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଥିଲେ । ୧୯୪୨ ଡିସେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ଦେବୁ ବୋଷ । ଚଳଚ୍ଚିତ୍ର ‘ତପସ୍ୟା’ରୁ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଦେବୁ ବୋଷ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା । ଓଲିଉଡ଼ ଜଗତରେ ବାପା ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ଯେକୌଣସି ଚରିତ୍ରକୁ ସେ ବେଶ୍ ଜୀବନ୍ତ କରିଦେଉଥିଲେ । ତାଙ୍କର ଚଳଚ୍ଚିତ୍ର ମଧ୍ୟରେ ‘କି ହେବ ଶୁଆ ପୋଷିିଲେ’, ସୁନା ଚଢ଼େଇ, ବିଧିର ବିଧାନ, ପୁଅ ମୋର କଳା ଠାକୁର, ସମୟ ଖେଳୁଛି ଚକା ଭଉଁରୀ, ଫୁଲ ଚନ୍ଦନ, ସହରୀ ବାଘ, ଲକ୍ଷ୍ମଣରେଖା ଆଦି ସିନେମାରେ ସେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଦେବୁ ବୋଷଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe